ଭଗବତୀଙ୍କ ପୀଠରେ ଜନ ସମାଗମ
ବାଣପୁର: ନବ ବର୍ଷ ଅବସରରେ ବାଣପୁରର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପ୍ରବଳ ଜନ ସମାଗମ ହୋଇଛି । ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା'ଭଗବତୀ ପୀଠରେ ୨୦ ହଜାର ଶ୍ରଦ୍ଧାଳୁ ମା'କୁ ଦର୍ଶନ କରି ପୂଜା ଅର୍ଚ୍ଚନା କରିଥିବା ବେଳେ, କାରୁକାର୍ଯ୍ୟ ବିିମଣ୍ଡିତ ଦକ୍ଷେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । ବହୁ ପର୍ଯ୍ୟଟକ ନିକଟରେ ଥିବା ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଶାଳିଆ ଜଳ ଭଣ୍ଡାର, ଏସିଆ ମହାଦେଶର ସର୍ବ ବୃହତ ଶାଗୁଆନ ଜଙ୍ଗଲର ମା'ବିରଯାଇଙ୍କୁୁ ଦର୍ଶନ କରିବା ସହ ଜଙ୍ଗଲ ବୁଲି ମଜା କରିଥିଲେ । ସେହିପରି ଚିଲିକାରେ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା ବେଳେ, ଚିଲିକାରେ ନୌଯାତ୍ରା ସହ ବିଦେଶାଗତ ପକ୍ଷୀଙ୍କୁ ଦେଖିବା ସହ ପକ୍ଷୀ ଅଭୟାରଣ୍ୟ ମା କାଳିଯାଇ ମନ୍ଦିର ଦେଖିଥିଲେ । ବାଲୁଗାଁ କୂଳ ଓ ବରକୂଳ ପାନ୍ଥ ନିବାସ ଠାରୁ ପର୍ଯ୍ୟଟକ ଯାତ୍ରୀବାହୀ ଡଙ୍ଗାରେ ଚିଲିକା ଯାଇଥିଲେ । ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ମୁତୟନ ଥିଲେ । ଚିଲିକାରେ ପଇଁତରା ମାରିବା ସହ ଡଂଗାରେ ଯାତ୍ରା କଲାବେଳେ ସୁରକ୍ଷା ଜ୍ୟାକେଟ ପିନ୍ଧିବା ପାଇଁ ଯାତ୍ରୀଙ୍କୁ ସଚେତନ କରାଯାଇଥିଲା ।