ଗୋଟିଏ ତାଳତେଲ ବୃକ୍ଷରୁ ବର୍ଷକରେ ୨୦୦୦ ଟଙ୍କାର ତେଲ ମିଳିବ: ଉପମୁଖ୍ୟମନ୍ତ୍ରୀ
ାା ପ୍ରଭାନୁ୍ୟଜ୍ ।ା ବାରିପଦା/ସାରସକଣା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ସବଡିଭିଜନ ଅନ୍ତର୍ଗତ ବେତନଟୀ ବ୍ଲକ ଅଧୀନରେ ଥିବା ଧନପୁର ଗ୍ରାମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ରାଜ୍ୟସ୍ତରୀୟ ବୃହତ ତାଳତେଲ ବୃକ୍ଷରୋପଣ ଅଭିଯାନ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଶନିବାର ଦିନ ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ଯୋଗ ଦେଇ ରାଜ୍ୟସ୍ତରୀୟ ଅଭିଯାନକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ,ସାଂସଦ ନବଚରଣ ମାଝୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ,ସନାତନ ବିଜୁଳି, ବିଧାୟକପ୍ରକାଶ ସୋରେନ,ବିଧାୟିକା କୁମାରୀ ସଞ୍ଜଳୀ ମୁର୍ମୁ, ବିଧାୟକ ଭାଦବ ହଂ ।ସଦା, ବିଧାୟକ ଜଲେନ ନାୟକ, ବିଧାୟକ ଭାଷ୍କର ଚନ୍ଦ୍ର ମଢେଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉକ୍ତ ଉଦଘାଟନୀ ଉସôବରେ ଅତିଥିମାନେ ତାଳତେଲର ଉକôର୍ଷତା ଓ ଏହି ଫସଲ ଚାଷ ଫଳରେ ଚାଷୀମାନେ କିପରି ଆତ୍ମନିର୍ଭରଶୀଳ, ସ୍ୱାବଲମ୍ବୀ ହୋଇ ରୋଜଗାରକ୍ଷମ ହେବେ ତାହା ବିଷୟରେ ଆଲୋକପାତ କରିଥିଲେ । ରାଜ୍ୟର ୨୦ଟି ଜିଲ୍ଲାରେ ୧୧ଗୋଟି ତାଳତେଲ କମ୍ପାନିର ସହଯୋଗରେ ଏହି ଫସଲର କାର୍ଯ୍ୟକ୍ରମ ଚାଲୁ ରହିଛି । ଏଥିରେ ୧୧ ଗୋଟି ତାଳତେଲ କମ୍ପାନୀ ତାଙ୍କର ପ୍ରଦର୍ଶନୀ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଏହି ଫସଲର ପ୍ରଚାର ଓ ପ୍ରସାର ନିମନ୍ତେ କୃଷକମାନଙ୍କୁ ଜାତୀୟ ଖାଇବା ତେଲ ମିଶନ ଯୋଜନାରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସôାହନ ପ୍ରଦାନ କରାଯାଉଛି । ଏହି ରାଜ୍ୟସ୍ତରୀୟ ବୃହତ ତାଳତେଲ ବୃକ୍ଷରୋପଣ ଅଭିଯାନ ଉସôବ କାର୍ଯ୍ୟକ୍ରମରେ ଅତିରିକ୍ତ ଉଦ୍ୟାନ କୃଷି ନିଦେ୍ର୍ଦଶକ, ସୁକାନ୍ତ କୁମାର ସୁବୁଦ୍ଧି, ଉପ ଉଦ୍ୟାନ କୃଷି ନିଦେ୍ର୍ଦଶକ ସୁବ୍ରତ କୁମାର ଚାନ୍ଦ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିଦ୍ଧାର୍ଥ ବେହୁରା, ଉଦ୍ୟାନ କୃଷି ନିଦେ୍ର୍ଦଶକ ଟଙ୍କଧର କାଲୋ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।