ସରିଲା କ୍ରେଡ଼ାଇ ଏକ୍ସପୋ
ଭୁବନେଶ୍ୱର : ଗୃହ ନିର୍ମାଣ ଓ ଆଭ୍ୟନ୍ତରୀଣ ଡିଜାଇନ୍ କ୍ଷେତ୍ରରେ ଉଦ୍ଭାବନ ଓ ଉକôର୍ଷତାର ୧୦ ଦିନିଆ ଉସବର ସମାପନ ଅବସରରେ କ୍ରେଡ଼ାଇ ଓଡ଼ିଶାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ହୋମ୍ ଆଣ୍ଡ ଡେକୋର ଏକ୍ସପୋ-୨୦୨୫ ଆଜି ଏକ ଭବ୍ୟ ସମାପନୀ ସମାରୋହରେ ଶେଷ ହୋଇଛି ।
ଏପ୍ରିଲ ୨୦ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ଏହି ଏକ୍ସପୋରେ ୧୫ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥିଲା, ଯେଉଁଥିରେ ଘର କ୍ରେତା, ରିଅଲ ଇଷ୍ଟେଟ୍ ନିବେଶକ, ଆର୍କିଟେକ୍ଟ ଏବଂ ଡିଜାଇନ୍ ପ୍ରେମୀ ସାମିଲ ଥିଲେ । ଏହି ପ୍ରଦର୍ଶନୀ ଆଗାମୀ ଆବାସିକ ପ୍ରକଳ୍ପ ଏବଂ ବିଭିନ୍ନ ଘର ଏବଂ ସଜ୍ଜା ସମାଧାନ ପ୍ରତି ଗୁରୁତ୍ୱପୂର୍ଣ୍ଣ ଆଗ୍ରହ ସୃଷ୍ଟି କରିଥିଲା ।
ଅଗ୍ରଣୀ ବିଲଡର, ବ୍ୟାଙ୍କ, ବିଲ୍ଡିଂ ମ୍ୟାଟେରିଆଲ ଯୋଗାଣକାରୀ, ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ, ଇଣ୍ଟେରିୟର ଡିଜାଇନର ଏବଂ ଟାଇଲ ନିର୍ମାତାମାନଙ୍କୁ ଏକାଠି କରି ଏହି ଏକ୍ସପୋ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ସ୍ଥାୟୀ ବିଲ୍ଡିଂ ସମାଧାନ ପ୍ରଦର୍ଶନ କରିବା ପାଇଁ ଏକ ଗତିଶୀଳ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା । ଇଣ୍ଟରଆକ୍ଟିଭ୍ ଅଧିବେଶନ, ବିଶେଷଜ୍ଞ ପ୍ୟାନେଲ ଏବଂ ଟ୍ରେଣ୍ଡ ଆଲୋଚନା ଅଂଶଗ୍ରହଣକାରୀଙ୍କ ପାଇଁ ଅଭିଜ୍ଞତାକୁ ଆହୁରି ସମୃଦ୍ଧ କରିଥିଲା । କାର୍ଯ୍ୟକ୍ରମରେ କ୍ରେଡ଼ାଇର ଅଧ୍ୟକ୍ଷ ଡିଏସ୍ ତ୍ରିପାଠୀ, ସଭାପତି ସ୍ୱଦେଶ କୁମାର ରାଉତରାୟ, ଉପସଭାପତି ଉମେଶ ଖଣ୍ଡେଲୱାଲ, ସମ୍ପାଦକ ଅନୀଲ କୁମାର ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ସଦସ୍ୟ କଳିଙ୍ଗ କେଶରୀ ରଥ, କ୍ରେଡ଼ାଇ ବାଲେଶ୍ୱର ସଭାପତି ବିଭୁ ଚନ୍ଦନ ଜେନା, କ୍ରେଡ଼ାଇ ଓଡ଼ିଶାର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ମନୋଜ କୁମାର ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ବିଧାୟକ ସୋଫିଆ ଫିଦେ୍ର୍ଦାଶ ଉପସ୍ଥିତ ଥିଲେ ।