ରାଜଧାନୀରେ ନକଲି କଲସେଣ୍ଟର ଠାବ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ଏକ ନକଲି କଲସେଣ୍ଟର ଠାବ କରାଯାଇଛି । ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଏକ ନକଲି କଲ ସେଣ୍ଟର ଠାବ କରାଯାଇଛି । ଉକ୍ତ ଆପାର୍ଟମେଣ୍ଟରେ ସାଇବର ଠକେଇ କରିବା ପାଇଁ ପ୍ଲାନ କରାଯାଉଥିଲା । ଏହି ଅବସରରେ ପୁଲିସ ସେଠାରେ ଚଢ଼ଉ କରି ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ଠାବ କରିଛି । ଏଥିସହ କିଛି ମୋବାଇଲ ଓ ଲାପଟପ ଜବତ କରି ପୁଲିସ ୬ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଏନେଇ ଡିସିପି ପିନାକ ମିଶ୍ର କହିଛନ୍ତି ଯେ କଲ ସେଣ୍ଟର ଚଳାଉଥିବା ୬ ଜଣଙ୍କୁ ଅଟକ ରଖାଯାଇଛି । ସମସ୍ତ ୬ ଜଣ କୋଲକାତା ଅଞ୍ଚଳର । ଆଉ କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ସେନେଇ ଜେରା କରାଯିବ । ଅଧିକ ତଦନ୍ତ ପାଇଁ ଟେକ୍ନିକାଲ ଟିମର ସହଯୋଗ ନିଆଯାଉଛି । ଏମାନେ ରାଜ୍ୟ ଓ ରାଜ୍ୟ ବାହାରର ଲୋକଙ୍କୁ ଲିଙ୍କ ପଠାଇ ଠକୁଥିଲେ ବୋଲି ପିକାଶ ମିଶ୍ର କହିଛନ୍ତି ।