ହିନ୍ଦୁ ଧର୍ମକୁ ଫେରିଲେ ୩ ପରିବାର
ାା ପ୍ରଭାନୁ୍ୟଜ୍ ।ା କେନ୍ଦୁଝର: ଓଡିଶା ମା’ଭାରତୀ ଗ୍ରୃପ ଏବଂ ବିଶ୍ୱ ହିନ୍ଦୁ ପରିଷଦର ପରିଚାଳନାରେ କେନ୍ଦୁଝର ସହର ଉପକଣ୍ଠ ସିଦ୍ଧମଠ ଠାରେ ୩ ଟି ପରିବାର ହିନ୍ଦୁ ଧର୍ମକୁ ଫେରିଛନ୍ତି । ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଶଗଡଭଙ୍ଗା ଗ୍ରାମର ଏହି ୩ ପରିବାରଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦିଆଯାଇ ଖିଷ୍ଟ୍ରିୟାନ ଧର୍ମ ଗ୍ରହଣ କରାଯାଇଥିଲା । ମା’ଭାରତୀ ଗ୍ରୃପର ସଦସ୍ୟ/ସଦସ୍ୟାମାନଙ୍କ ସର୍ମ୍ପକରେ ଆସି ପୁଣି ହିନ୍ଦୁ ଧର୍ମକୁ ଫେରି ଆସିବାକୁ ଅନୁରୋଧ କରିଥିଲେ । ଖିଷ୍ଟ୍ରିୟାନ ଧର୍ମକୁ ଯାଇଥିବାରୁ ସେମାନେ ଅନୁତପ୍ତ ହେବା ସହ ପୁଣି ହିନ୍ଦୁ ଧର୍ମକୁ ଆସିବାକୁ ରାଜି ହୋଇଥିଲେ । ପବିତ୍ର ବିଜୟା ଦଶମୀ ଅବସରରେ ସିଦ୍ଧମଠ ପରିସରରେ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟଙ୍କ ସକ୍ରୀୟ ସହଯୋଗରେ ୩ ଟି ପରିବାରର ୨୦ ଜଣ ସଦସ୍ୟ ପୁଣି ହିନ୍ଦୁ ଧର୍ମକୁ ଫେରିଛନ୍ତି । ପ୍ରଥମେ ପୁରୁଷମାନେ ଲଣ୍ଡା ହେବା ପରେ ହିନ୍ଦୁ ରୀତି ନୀତି ଅନୁଯାୟୀ ପୂଜା ପାଠ କରାଯାଇଥିଲା । ଶେଷରେ ସମସ୍ତ ଲୋକ ପ୍ରସାଦ ସେବନ କରିଥିଲେ । ଏହି ଅବସରରେ ୩ ଟି ପରିବାରର ସଦସ୍ୟଙ୍କୁ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା । ଓଡିଶା ମା’ଭାରତୀ ଗ୍ରୃପର ବରିଷ୍ଠ ସଦସ୍ୟ ସୁଦିପ୍ତ ପଟ୍ଟନାୟକ, ଦୂର୍ଗା ମାଧବ ପରିଡା, ଦେବ ସେନାର ଲୋକନାଥ ଗିରି, ପ୍ରିତୀ ରଞ୍ଜନ ବେହେରା, ବିଶ୍ୱ ହିନ୍ଦୁ ପରିଷଦର ଘନଶ୍ୟାମ ମହାନ୍ତ, କେଦାରନାଥ ଦାସ, ଗିରିଜା ଶଙ୍କର ମିଶ୍ର, କାର୍ତ୍ତିକ ମହାନ୍ତ, ରଞ୍ଜନ କୁମାର ସାହୁ, ସୁବ୍ରତ କୁମାର ମହାନ୍ତି, ଦୂର୍ଯେ୍ୟାଧନ ମହାନ୍ତ, ତୁଷାର ସାମନ୍ତ, ନିତ୍ୟାନନ୍ଦ ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।