କାଳିସୀ ଶୋଭାଯାତ୍ରା

ାା ପ୍ରଭାନୁ୍ୟଜ୍ ।ା ଧାମନଗର: ଧାମନଗର ଏନଏସିର ଶ୍ୟାମପୁର ଗାଁର ମା’ ମନ୍ତ୍ରୀବାସିନୀ ପୀଠରେ ପବିତ୍ର ଦଶହରା ଅବସରରେ ପାରମ୍ପରିକ କାଳିସୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରବାସିନୀ ପୀଠରେ କାଳିସୀ ଶୋଭାଯାତ୍ରା ଶହ ଶହ ବର୍ଷର ପରମ୍ପରା । ପୂର୍ବ ପରି  ଦଶହରା ଦିନ ସକାଳେ କାଳିସୀ ଲାଗୁଥିବା ନିଦ୍ଦିଷ୍ଟ ସେହି ବ୍ୟକ୍ତି ଜଣଙ୍କ ପ୍ରଥମେ ସ୍ଥାନୀୟ ଜମତୁଲା ପୋଖରୀରୁ ଗାଧୋଇ ସାରିବା ପରେ  ମାଗୁର ମାଛ ବଳି ଦେଇଥିଲେ ଏବଂ ସେହିଠାରୁ  ମନ୍ତ୍ରବାସିନୀ ଦେବୀ ପୀଠରେ ପହଞ୍ଚି  କାଳିସୀ ବେଶରେ ସୁସଜ୍ଜିତ ହୋଇଥିଲେ । ଘଣ୍ଟ ଘଣ୍ଟା,ଢୋଲ ବାଦ୍ୟ ସହ ଶୋଭାଯାତ୍ରାରେ କାଳିସୀଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା  । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଧାମନଗର ଥାନା ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା  ।  ବିଭିନ୍ନ ପୂଜାମଣ୍ଡପ ଓ କାଳିଶି ଶୋଭାଯାତ୍ରାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ମାନେ ମା’ଙ୍କ ଦର୍ଶନ କରିଥିଲେ  ।