ଆୟୁଷ୍ମାନ ଯୋଜନା ଶୁଭାରମ୍ଭ

କେନ୍ଦ୍ରାପଡା : କେନ୍ଦ୍ରାପଡା କଳପଡା ପଂଚାୟତ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଦିଶା ସଦସ୍ୟା ତଥା ବିଜେପି ର ବରିଷ୍ଠ ନେତ୍ରୀ ଡ଼ଃ ଜ୍ୟୋସ୍ନାରାଣୀ ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡିଓ ଅଭିଷେକ ସ୍ୱାଇଁ, ଏଇଇ ଶ୍ରୀୟାସନ୍ତ ପଲାଇ, କିରାଣୀ ପ୍ରଶାନ୍ତ କୁମାର ସେଠୀ, ଶୁଭ୍ରଜିତ ରାଉତ, ଜେଇ ଶକ୍ତି ସ୍ୱରୂପ ଦାସ ପ୍ରମୁଖଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ସମାଜସେବୀମାନେ ଉପସ୍ଥିତ ଥିଲେ । ଏହି ଯୋଜନାଦ୍ୱ୍ୱାରା କଳପଡା ପଞ୍ଚାୟତର ପ୍ରାୟ ୮୦ ପ୍ରତିଶତରୁ ଉଦ୍ଧ୍ୱର୍ ହିତାଧିକାରୀ ଉପକୃତ ହେବେ ବୋଲି ଜଣାପଡିଛି । ଶେଷରେ ହିମାଂଶୁ ଭୂଷଣ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।