ଜିଲ୍ଲା କଂଗ୍ରେସର ସମ୍ବିଧାନ ବଞ୍ଚାଅ ରାଲି
କେନ୍ଦ୍ରାପଡା : ସମ୍ବିଧାନ ବଞ୍ଚାଅ ରାଲି ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିଦେ୍ର୍ଦଶରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ମେ’ ୯ ତାରିଖ ଦିନ ଅପରାହ୍ନ ୪ ଟାରେ କଜଳା ସ୍ଥିତ ଜିଲ୍ଲା କଂଗ୍ରେସ ଭବନରୁ ଏକ ପଦଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ମୁ୍ୟନିସିପାଲିଟି ଟାଉନ୍ ହଲ୍ରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ । ସଭାରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ଶା"ାୟନ ମିଶ୍ର, ଜିଲ୍ଲାର ପୂର୍ବତନ ଦଳୀୟ ବିଧାୟକ, ଗତ ନିର୍ବାଚନରେ ଲୋକସଭା, ବିଧାନସଭା କ୍ଷେତ୍ରର ଦଳୀୟ ପ୍ରାର୍ଥୀ ଓ ଜିଲ୍ଲାର ନେତୃମଣ୍ଡଳୀ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଜିଲ୍ଲା କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ଦାସ, ଲୋକସଭା ପ୍ରାର୍ଥୀଙ୍କ ପ୍ରତିନିଧି ଆଶୀଷ ଲେଙ୍କା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଆଳିର କଂଗ୍ରେସ ପ୍ରାର୍ଥିନୀ ଡ. ଦେବସ୍ମିତା ଶର୍ମା, ରାଜନଗର ବିଧାୟକ ପ୍ରାର୍ଥୀ ଅଶୋକ ପ୍ରତିହାରୀ, ମହାକାଳପଡାର ବିଭ୍ରାଂଶୁ ଶେଖର ଲେଙ୍କା, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ଫକୀର ଚରଣ ଖଟୁଆ, ବାବୁରାମ ଜେନା, ମଳୟ ଦାସ, ନିରନ ରାଉତ, ଅପର୍ଣ୍ଣା ମିଶ୍ର, ରତିକାନ୍ତ ବେହେରା, ହଳଧର ସେଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ପ୍ରଭାରୀ ଶା"ାୟନ ମିଶ୍ର ସମସ୍ତ ବିଷୟ ପ୍ରତି ଧ୍ୟାନ ଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ନେତୃମଣ୍ଡଳୀ, ବରିଷ୍ଠ ସଦସ୍ୟ ଓ ସମସ୍ତ କର୍ମୀ ଏବଂ ସର୍ବୋପରି କେନ୍ଦ୍ରାପଡାର ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।