ବିପର୍ଯ୍ୟସ୍ତ ପାଲଟିଛି ଜାତୀୟ ରାଜପଥ
ତାଳଚେରରୁ ଅକ୍ଷୟ ମହାରଣା : ଗମନା ଗମନର ବିକାଶରେ ଦେଶ ଅର୍ଥନୀତିର ବିକାଶ । ଏଥିନମନ୍ତେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ସରକାର ଗମନାଗମନର ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ବିଭିନ୍ନ ଯୋଜନା ଓ ବିଭାଗ ମାଧ୍ୟମରେ ନିର୍ମାଣ ହେଉଛି ମାଇଲ୍ ମାଇଲ୍ ରାସ୍ତା । ସ୍ୱଚ୍ଛଳ ରାସ୍ତା ନିର୍ମାଣ ସାଙ୍ଗକୁ ଯାନବାହାନର ସଂଖ୍ୟା ମଧ୍ୟ ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି । ଖଣିଜ ପରିବହନ ଠାରୁ ଆରମ୍ଭ କରି ଜନତାଙ୍କ ଯାତାୟତରେ ନିୟୋଜିତ ଯାନବାହାନର ବୃଦ୍ଧି ପରେ ସେହି ଅନୁପାତରେ ଦୁର୍ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ତ୍ରୁଟିପୂର୍ଣ୍ଣ ଓ ବିପର୍ଯ୍ୟସ୍ତ ରାସ୍ତା, ମଦ୍ୟପାନ, ବେପରୁଆ ଗାଡ଼ିଚାଳନା ହିଁ ମୁଖ୍ୟତଃ ଦୁର୍ଘଟଣା ବୃଦ୍ଧିର କାରଣ ସାଜୁଥିବା ଦେଖିବାକୁ ମିଳିଛି । ତେବେ ଏକ୍ଷେତ୍ରରେ ପ୍ରଶାସନର ସେତେ ତତ୍ପରତା ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଜାତୀୟ ରାଜପଥ ଗୁଡ଼ିକୁ ନିଆଯାଇପାରେ । ଏହି ଜାତୀୟ ରାଜପଥ ଗୁଡ଼ିକ ଖାଲଖମଣରେ ହୋଇଥିବାରୁ ଦୁର୍ଘଟଣାମାନ ଘଟୁଛି ବୋଲି କୁହାଯାଉଛି । ଟିପର ଓ ଟ୍ରକ ବିଭିନ୍ନ ଶିଳ୍ପାଞ୍ଚଳକୁ ଖଣିଜ ପରିବହନ ହେଉଥିବା ବେଳେ ଅନ୍ୟପଟେ କାରଖାନା ଗୁଡ଼ିକ ସମେତ ବିଭିନ୍ନ ଅଞ୍ଚଳକୁ ଦୈନନ୍ଦିନ ହଜାର ହଜାର ଗାଡ଼ି ଚଳପ୍ରଚଳ କରୁଛନ୍ତି । କେଉଁଠୁ ପିଚୁ ଉଠି ବଡ଼ବଡ଼ ଗର୍ତ୍ତମାନ ସୃଷ୍ଟି ହେଉଥିବା ବେଳେ ଆଉ କେଉଁଠି ରାସ୍ତାରେ ଥିବା ଛୋଟଛୋଟ ପୋଲ ଭାଙ୍ଗି ଦବି ଯାଉଛି । ଆଉ ଏହି କାରଣରୁ ନିତିଦିନ ଦୁର୍ଘଟଣାମାନ ଘଟି ଧନଜୀବନ ହାନୀ ହେଉଛି । ସେହିପରି ଭାବେ ରାସ୍ତାରେ ଥିବା ପୋଲ ୱାଲ କଡ଼ରେ ସୁରକ୍ଷା ବାଡ଼ ନ କରାଯାଉଥିବାରୁ ଏବଂ ସେଗୁଡ଼ିକ ଭାଙ୍ଗିରୁଜି ଯାଇଥିବାବେଳେ ଅନ୍ୟପକ୍ଷରେ ପୋଲୱାଲରେ ବିଭିନ୍ନ ଅନାବନା ବୃକ୍ଷମାନ ଉଠି ଚେରପଶି ପୋଲକୁ ଦୁର୍ବଳ କରୁଥିବା ଦେଖିବାକୁ ମିଳିଛି । କିଛି ଲୋକ ଏହି କାରଣରୁ ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ବେଳେ ଆଉ କିଛି ମୃତୁ୍ୟ ବରଣ କରିଥିବା ନଜିର ରହିଛି । ସେହିପରି ଭାବେ ଜାତୀୟ ରାଜପଥରେ ପଥଚାରୀ ହୁଅନ୍ତୁ କିମ୍ବା ସାଇକେଲ, ମଟର