ରାଜବାଟୀ ପାର୍କର ରକ୍ଷଣାବେକ୍ଷଣ ପାଇଁ ଦାବି

ତାଳଚେର : ତାଳଚେର ଅଞ୍ଚଳର ଶୋଭାବର୍ଦ୍ଧନ କରୁଥିବା ରାଜବାଟ୍ଟୀ ସମ୍ମୁଖରେ ନିର୍ମାଣ କରାଯାଇଥିବା ପାର୍କ ଜରାଜୀର୍ଣ୍ଣ ଅବସ୍ଥାରେ ଗତି କରୁଥିବାକୁ ନେଇ କେତେକ ସଚେତନ ନାଗରିକ ଏହାର ରକ୍ଷଣାବେକ୍ଷଣ କରିବା ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୪କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଐତିହ୍ୟ ତାଳଚେର ରାଜବାଟୀର ସୌନ୍ଦର୍ଯ୍ୟକରଣ ଓ ରାଜବାଟୀ ସମ୍ମୁଖରେ ଏକ ମିନିପାର୍କ, ରାସ୍ତାର ଉଭୟପାଶ୍ୱର୍ରେ ଫେବରବ୍ଲକ, ଆଲୋକୀକରଣ, ଆଇ ଲଭ ୟୁ ତାଳଚେର, ପାଣି ସିଞ୍ଚନ ମେସିନ୍ ଅକାମୀ ହୋଇପଡି ରହିଥିବା ବେଳେ ଲକ୍ଷାଧିକ ଟଙ୍କାର ଘାସ ଗାଲିଚା ଓ ଏହାର ଚର୍ତୁଃପାଶ୍ୱର୍ରେ ଥିବା ପୁଷ୍ପବୃକ୍ଷ ନଷ୍ଟ ହେବା, ଜନସାଧାରଙ୍କ ପାଇଁ ଉଦ୍ଦିଷ୍ଟ, ପରିଶ୍ରାଗାର ଅଚଳ ହେବା, ସୁସଜ୍ଜିତ ବିଭିନ୍ନ ରଙ୍ଗଲ ଲାଇଟ୍ ଭାଙ୍ଗିରୁଜି ଚୁରମାର୍ ହେବା, ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନ ନଥିବା ଯୋଗୁଁ ବର୍ଷାଦିନେ ରାସ୍ତାଟି ଜଳମଗ୍ନ ହେବା ଇତ୍ୟାଦି ଅବସ୍ଥା ଦେଇ ରହିଥିଲେ ମଧ୍ୟ ଏହାର ରକ୍ଷଣବେକ୍ଷଣା ପାଇଁ ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ କାହାକୁ ଦାୟିତ୍ୱ ହସ୍ତାନ୍ତର କରାଯାଉନଥିବାରୁ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଗତି କରୁଛି । ପୂର୍ବ ଜିଲ୍ଲାପାଳ ସିଦ୍ଧାର୍ଥଙ୍କର ସ୍ୱାଇଁ ସମୟରେ ସହରର ଉନ୍ନତି ପାଇଁ ଏହି ବ୍ୟବସ୍ଥା କରାଇଥିଲେ ମଧ୍ୟ ଠିକାଦାର ନିମ୍ନମାନର କାର୍ଯ୍ୟ କରି ଅତି ତରିବରିଆ ଭାବେ ଚମ୍ପଟ ମାରିଥିଲା । ତେବେ ଅଧୁରା ରହିଥିବା କାର୍ଯ୍ୟ ଗୁଡିକୁ ତୁରନ୍ତ କରିବା ଓ ଏହାର ରକ୍ଷଣାବେକ୍ଷଣ, ସୁରକ୍ଷା ଯୋଗାଇ ଦେବା ପାଇଁ କୌଣସି ଅନୁଷ୍ଠାନକୁ ଏହାର ଦାୟିତ୍ୱ ହସ୍ତାନ୍ତର କରିବାକୁ ଅଞ୍ଚଳବାସୀ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପଦ୍ରାନ କରିଛନ୍ତି । ଉକ୍ତ ଦାବିପତ୍ର ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ, ଜ୍ଞାନେନ୍ଦ୍ର କୁମାର ଦାସ, ପ୍ରବୀଣା ଚୌଧୁରୀ ସାମନ୍ତ ରାଏ, ଯଶୋବନ୍ତ ସାମନ୍ତ ସମେତ ପ୍ରାୟ ୩୦ଜଣ ଦସ୍ତଖତରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।