ପୁଣି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ
ବାରିପଦା : ଟ୍ରାଫିକ୍ କନେଷ୍ଟବଳ - ୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ । ଅଭିଯୋଗକାରୀ ପରୀକ୍ଷାର୍ଥୀ ଜଣଙ୍କ ହେଲେ ହୃଷିକେଶ ଦାସ । ପ୍ରଶ୍ନପତ୍ର ଦେବା ବେଳେ ପୂର୍ବରୁ ତାର ସିଲ୍ କଟା ଯାଇଥିବା ନେଇ ଅଭିଯୋଗ କରିଛନ୍ତି ହୃଷିକେଶ । ବାରିପଦା ସ୍ଥିତ ଏମପିକେ ମହିଳା ଉଚ୍ଚÿ ବିଦ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଘଟଣା ମୁତାବକ ଆଜି ଓଡ଼ିଶାର ୨୬ ଟି ଟ୍ରାଫିକ୍ କନେଷ୍ଟବଳ ପୋଷ୍ଟ ପାଇଁ ସାରା ରାଜ୍ୟର ଲକ୍ଷଲକ୍ଷ ପରୀକ୍ଷାର୍ଥୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ଏହା ଓଡିଶା ଷ୍ଟାପ୍ ସିଲେକ୍ସନ୍ କମିଶନ ପକ୍ଷରୁ ଅନୁଷ୍ଠିତ ହୋଇଛି । ତେଣୁ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ମଧ୍ୟ ଅନେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ମଧ୍ୟ ଏହି ଟ୍ରାଫିକ୍ କନେଷ୍ଟବଳ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବାରିପଦା ସହରରେ ଥିବା ମହାରୀ ପ୍ରେମକୁମାରି ଉଚ୍ଚÿ ବାଳିକା ବିଦ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଘଟିଛି ପ୍ରଶ୍ନ ପତ୍ର ଲିକ୍ ଭଳି ଘଟଣା ଦେଖିବାକୁ ମିଳିଛି । ପ୍ରଶ୍ନ ପତ୍ରଟିର ସିଲ୍ ପୂର୍ବରୁ କଟାଯାଇଥିବା ନେଇ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ସୁପରିଟେଣ୍ଡଙ୍କୁ ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ପର ମୁହୂର୍ତ୍ତରେ ଏହା ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍ ବସୁନ୍ଧରା ଭିତିରିଆଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ପ୍ରଶ୍ନପତ୍ରଟି ପକେଟ୍ ଭିତରୁ ହିଁ ଏଭଳି ବାହାରିଥିବା କହିଥିବା ବେଳେ ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଥିଲେ । ଅନ୍ୟପଟେ ଅନ୍ୟ ପରୀକ୍ଷାର୍ଥୀ ମନେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ପରୀକ୍ଷା ବାତିଲ କରି ପୁଣି ସଚ୍ଛତାର ସହ ପରୀକ୍ଷା କରାଇବା ପାଇଁ ଦାବି କରିଛନ୍ତି ।