ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା

ଯାଜପୁର ସଦର ଥାନା ଅନ୍ତର୍ଗତ ପଦନା ଗ୍ରାମରେ ଅଗ୍ନିକାଣ୍ଡ ଘଟି ନାରାୟଣ ମଳିକଙ୍କ ଦୁଇ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ନାରାୟଣର ପରିବାର ଲୋକେ ଦିନ ୨ଟା ୩୦ ମିନିଟ୍ ସମୟରେ ଘରେ ଖିଆପିଆ ସାରି କିଛି ଦୂରରେ ଥିବା ଖଳାରେ କୋଳଥ ଅମଳରେ ବ୍ୟସ୍ତ ଥିବା ବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା । ଡାକ ପକାଇବାରୁ ଆଖପାଖ ଲୋକ ଦୌଡ଼ି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିବା ବେଳେ ଖବର ପାଇ ବରୁଆଁ ଅଗ୍ନିସମ ସେବା ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ହେଲେ ସେତେ ବେଳକୁ ଘରେ ଥିବା ବିରି, କୋଳଥ, ମୁଗ, ଧାନ, ଚାଉଳ, ୧୪୫୦୦ଟଙ୍କା, ଲୁଗାପଟା, ବାସନ କୁସନ ସହ ଘରର ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଖବର ପାଇ ସ୍ଥାନୀୟ ସରପଂଚ ସୁଜିତ୍ କୁମାର ରାୟଙ୍କ ସମେତ ଲୋକପ୍ରତିନିଧି ନାରାୟଣଙ୍କ ଘର ନିକଟରେ ପହଁଚି ସମବେଦନା ଜଣାଇଥିଲେ । ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବି କରାଯାଇଛି ।