ଆତ୍ମସୁରକ୍ଷା ପ୍ରଶିକ୍ଷଣ ଉଦ୍ଘାଟିତ
ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ ଲାଲ ସାହେବ ପଡ଼ା ସ୍ଥିତ ମାଣିକ୍ୟ ଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଅଛି । ଏହି ଶିବିର ତିନିଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ବେଳେ ବାଳିକା ମାନେ ଆତ୍ମସୁରକ୍ଷା କରିବା, ନିର୍ଭୟା ଭଳି ଘଟଣାର ଉପଯୁକ୍ତ ମୁକାବିଲା କରିବା ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖୀନ କରି ନିଜକୁ ରକ୍ଷା କରିବା ପାଇଁ ଏହି ତାଲିମ୍ ନିତାନ୍ତ ଆବଶ୍ୟକ ଅଟେ ବୋଲି ଅତିଥି ମାନେ ମତପୋଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତିମଣି ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ପୁଷ୍ପାମଞ୍ଜୁରୀ ଟେଣ୍ଡକାରି ମଞ୍ଚ ପରିଚାଳନା କରିଥିଲେ । ପ୍ରଭାସିନୀ ଲେଙ୍କା, ବନ୍ଦନା ପଣ୍ଡା, ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରଶିକ୍ଷକ ରୂପେ ସ୍ମୃତି ବରାଳ, ନୂତନମଞ୍ଜୁରୀଦଣ୍ଡସେନା ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ତାଲିମ ଶିବିର ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଆତ୍ମ ସୁରକ୍ଷାର ବିଭିନ୍ନ ଉପାୟ ତାଲିମ ନେଇ ନିଜ ମନୋବଳ ବୃଦ୍ଧି କରିଛନ୍ତି ।ଏହି ଉପଲକ୍ଷେ ସମସ୍ତ ବାଳିକା ଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରିଥିଲେ । ସୁସ୍ଥ ଏବଂ ସୁରକ୍ଷିତ ରହିବାକୁ ଆହ୍ୱାନ କରିଥିଲେ ।