ଘରେ ଭିତରେ ଜୀବନ୍ତ ଜଳିଲେ ଯୁବତୀ

କେନ୍ଦ୍ରାପଡ଼ା :  ଫକୀରମୋହ ଛାତ୍ରୀ ଆତ୍ମାହୁତି ଏବଂ ବଳଙ୍ଗା ନାବାଳିକା ପୋଡ଼ି ଘଟଣା ରାଜ୍ୟବାସୀଙ୍କ ମନରୁ ନଲିଭଣୁ ପୁଣି ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଘର ଭିତରେ ଜୀଅନ୍ତା ଜଳିଗଲେ ଯୁବତୀ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ପଦାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଜଣେ ଯୁବକଙ୍କ ବ୍ଲାକମେଲିଂ ପାଇଁ ଏଭଳି ଘଟିଥିବା କୁହାଯାଉଛି । ଯୁବତୀ ଜଣଙ୍କ ନିଜକୁ ନିଜେ ଜାଳି ଦେଇଥିବା ଯୁବତୀଙ୍କ ବାପା ଅଭିଯୋଗ ଆଣିଛନ୍ତି । ଖବର ପାଇ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।