୨୬ ଓ ୨୭ ଛୁଟି ବାତିଲ୍‌

holiday cancel

୨୬ ଓ ୨୭ ଛୁଟି ବାତିଲ୍‌

ଭୁବନେଶ୍ୱର : ଆସନ୍ତାକାଲି ଚତୁର୍ଥ ଶନିବାର  । ତା’ପରଦିନ ରବିବାର  । ସାଧାରଣତଃ ଏହି ଦୁଇଦିନ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟିଦିନ  । ହେଲେ ବାତ୍ୟା ‘ଦାନ’ ଅନେକ କ୍ଷୟକ୍ଷତି ଘଟାଇଥିବାବେଳେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି  । ତେଣୁ ଆସନ୍ତା ୨୬ ଓ ୨୭ର ଛୁଟିକୁ ବାତିଲ୍‌ କରାଯାଇଛି  । ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ ଏନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି  ।