ଦିନ ୧୦ଟା ଯାଏଁ ଲାଗି ରହୁଛି କୁହୁଡ଼ି, ଯାତାୟତରେ ଅସୁବିଧା !

ଦିନ ୧୦ଟା ଯାଏଁ ଲାଗି ରହୁଛି କୁହୁଡ଼ି, ଯାତାୟତରେ  ଅସୁବିଧା !

ସୋନପୁର ଜିଲ୍ଲାକୁ ପୁଣି ଫେରିଛି ଶୀତର ଲହରୀ ।ରାତି ସମୟରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ । ଏହି ହାଡ଼ଭଙ୍ଗା ଶୀତରେ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ନୂଆ ବର୍ଷ ଠାରୁ ଶୀତର ପ୍ରକୋପ ବଢିଛି । ଏପିରିକି ଗାଁର ଲୋକମାନେ ନିଆଁ ଜାଳି ଶୀତର ପ୍ରକୋପରୁ ନିଜକୁ ରକ୍ଷା କରୁଛନ୍ତୁ । ସକାଳ ୧୦ଟା ଯାଏଁ ଶୀତ ଅନୁଭୂତ ହେଉଥିବା ବେଳେ ସାରା ଅଞ୍ଚଳକୁ ଧଳା ଚାହରରେ ଢାଙ୍କି ରଖୁଛି କୁହୁଡ଼ି।ଯାହାଫଳରେ ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଏହି କୁହୁଡି ଲାଗି ଧୀରେ ଧୀରେ ଶୀତ ବଢିବା ସହ ପାରଦ ଖସିବାରେ ଲାଗିଛି ।