ହସ୍ପିଟାଲ୍ ଇନଚାର୍ଜଙ୍କ ବିରୋଧରେ ଆଶାକର୍ମୀଙ୍କ ଧାରଣା 

 ନୀଳଗିରି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସଜନାଗଡ଼ ହସ୍ପିଟାଲ ଇନଚାର୍ଜଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଆଶାକର୍ମୀମାନେ ଧାରଣା ଦେଇଥିଲେ । ଏକ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାପାଳ, ସାଂସଦ ଓ ବିଧାୟକଙ୍କୁ ପ୍ରଦାନ କରିଥିଲେ  । ସୂଚନାଯୋଗ୍ୟ ସଜନାଗଡ଼ ହସ୍ପିଟାଲର କାର୍ଯ୍ୟରତ ଡାକ୍ତର ତଥା ଇନଚାର୍ଚ୍ଚଙ୍କୁ ନେଇ ପୁଣି ବିବାଦ ଦେଖାଦେଇଛି । ସରକାରଙ୍କ ଦ୍ୱାରା ସେକ୍ଟର ବୈଠକରେ  ଇନଚାର୍ଚ୍ଚ ଜଣକ ବହୁ ସମୟରେ ଅନୁପସ୍ଥିତ ରହିବା ଦ୍ୱାରା କୌଣସି ସମସ୍ୟା ନେଇ ଆଲୋଚନା ହୋଇନଥାଏ । ଏପରିକି ଯେତେବେଳେ ସେ ଉପସ୍ଥିତ ରହିଥାନ୍ତି ଆଶାଳୀନ ଓ ରୁକ୍ଷ ବ୍ୟବହାର କରିବା ଅଭିଯୋଗ ଉଠିଛି । ତାଙ୍କର ଅଧନସ୍ଥ କର୍ମଚାରୀଙ୍କ ପ୍ରତି ଏକଛତ୍ରବାଦ କରିବା ସହ ଉଚ୍ଚÿ ଅଧିକାରୀ ଓ ରାଜନେତା ତାଙ୍କ ସହ ଅଛନ୍ତି ବୋଲି ଧମକ ଦେଇଥାନ୍ତି । ସରକାରୀ କ୍ଷମତାର ଦୁରୂପୋଯୋଗ କରି କର୍ମଚାରୀ କିଛି ଅଭିଯୋଗ କଲେ ଦରମା ବନ୍ଦ କରିବାର ଧମକ ଦିଅନ୍ତି । ଏଭଳି ୬ ଦଫା ଅଭିଯୋଗ ନେଇ ଆଜି କାର୍ଯ୍ୟରତ ଆଶାକର୍ମୀ ଇନଚାର୍ଜଙ୍କ ବିରୁଦ୍ଧରେ ସଜନାଗର୍ଡ ହସ୍ପିଟାଲ ଆଗରେ ଧାରଣାରେ ବସିଥିଲେ । ଏପରିକି ଏକ ଅଭିଯୋଗ ପତ୍ର ବରମପୁର ହସ୍ପିଟାଲ ସୁପରିଟେଣ୍ଡଙ୍କୁ ପ୍ରଦାନ କରି ଏହାର ନକଲ ସାଂସଦ, ବିଧାୟକ, ଜିଲ୍ଲାପାଳ, ସିଡ଼ିଏମଓ, ନୀଳଗିରି ଏସଡିଏମଓଙ୍କୁ ପ୍ରଦାନ କରିଛନ୍ତି । ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟନୁଷ୍ଠାନ ପାଇଁ ଆଶାକର୍ମୀ ଭାରତୀ ସିଂ, ସୀତାରାଣୀ ଦାସ, ସରସ୍ୱତୀ ଖଣ୍ଡା ପ୍ରମୁଖ ଦାବି କରିଛନ୍ତି ।