ଅପରାଧୀକୁ ରୋକ୍ ଦେବ ୧୧୨ ଗାଡ଼ି
ନୀଳଗିରି : ଅପରାଧୀକୁ ଧରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ୧୧୨ଗାଡ଼ି ପ୍ରତ୍ୟେକ ଥାନାକୁ ଯୋଗାଇ ଦିଆଯାଇଛି । ସଂପୃକ୍ତ ଥାନା ଅଧୀନରେ ଘଟୁଥିବା ଅପରାଧିକ ମାମଲାକୁ ରୋକ୍ ଦେବାର ସହାୟତା ଦେବ । ନୀଳଗିରି ଥାନାକୁ ରାଜ୍ୟ ସରକାର ୧୧୨ଗାଡ଼ି ଦେଇଥିବା ବେଳେ ନୀଳଗିରି ଅଞ୍ଚଳରେ ଘଟୁଥିବା ବିଭିନ୍ନ ଅପରାଧୀ ଘଟଣା ସ୍ଥଳରେ ପହଞ୍ଚି ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରିବ । ୧୧୨କୁ ଫୋନ୍ କଲେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପାରିବ । ଉକ୍ତ ଗାଡ଼ିରେ ଜିପିଏସ ସିଷ୍ଟମ୍ ରହିଥିବା ବେଳେ ଯୋଉ ସ୍ଥାନରୁ କଲ୍ ଆସିଥିବ ସଠିକ୍ ସ୍ଥାନରେ ୧୧୨ଗାଡ଼ି ପହଂଚି ଯିବ । ଉକ୍ତ ଗାଡ଼ି ଅପରାଧ ମାମଲା କ୍ଷେତ୍ରରେ ରୋକ୍ ଦେବ ବୋଲି ଆଇଆଇସି ଗୋବର୍ଦ୍ଧନ ନାୟକ ସୂଚନା ଦେଇଛନ୍ତି ।