ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ାା ପ୍ରଭାନୁ୍ୟଜ ।ା ନିଶ୍ଚିନ୍ତକୋଇଲି: ସାନ୍ତପୁର ସ୍ଥିତ ଲାଲବାହାଦୂର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସଚ୍ଚିଦାନନ୍ଦ ଦାସଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଡ. ବାବାଜୀ ଚରଣ ପଟ୍ଟନାୟକ, ମଣ୍ଡଳ ଶିକ୍ଷାଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ଅଧ୍ୟକ୍ଷ ପ୍ରଦୀପ କୁମାର ପଟ୍ଟନାୟକ, ଶିକ୍ଷାବିତ୍ ଫକୀର ଚରଣ ନାୟକ, ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସଂପାଦକ ରଂଜନ କୁମାର ଦାସ, ବିଜୟ କୁମାର ଛତ୍ର, ଶିକ୍ଷାବିତ୍ ବିଷ୍ଣୁ ଚରଣ ସ୍ୱାଇଁ, ସ୍ଥାନୀୟ ସରପଂଚ ଆଇନଜୀବୀ ରମାକାନ୍ତ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋରଂଜନ ବରାଳ ପ୍ରମୁଖ ଯୋଗ ଦେଇ ବିଦାୟୀ ପ୍ରଧାନଶିକ୍ଷକଙ୍କ ବହୁମୁଖୀ ପ୍ରତିଭା, ଛାତ୍ର ବତ୍ସଳତା ସଂପର୍କରେ ଆଲୋକପାତ କରିଥିଲେ । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ନାୟକଙ୍କ ସଭାପତିତ୍ୱରେ ଶିକ୍ଷକ ସନାତନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷାବିତ୍ କାର୍ତ୍ତିକ ଚନ୍ଦ୍ର ଦାସ, ପୁରାତନ ଛାତ୍ର ଅମିତାବ୍ ମହାପାତ୍ର, ପ୍ରଦୀପ୍ତ ମହାନ୍ତି, ଶିକ୍ଷୟିତ୍ରୀ ସିମୀରାଣୀ ବେହେରା, ଶିକ୍ଷକ ବିଜୟ କିଶୋର ବେଉରା, ପରେଶ କୁମାର ସାହୁ, ବିରଜା ପ୍ରସାଦ ମହାପାତ୍ର, କମଳାକାନ୍ତ ମହାନ୍ତି, ବିପ୍ଳବ ସରକାରଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ଶିକ୍ଷକଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ପରିଚାଳନା କମିଟିର ସଭ୍ୟସଭ୍ୟା ଯୋଗ ଦେଇ ବିଦାୟୀ ପ୍ରଧାନଶିକ୍ଷକଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷାବିତ୍ ଭୈରବ ଚନ୍ଦ୍ର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଶିକ୍ଷକ ଲକ୍ଷ୍ମୀ ନାରାୟଣ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।