ଜଙ୍ଗଲ ନିଆଁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ

ଭୁବନେଶ୍ୱର : ଚିନ୍ତା ବଢାଉଛି ଜଙ୍ଗଲ ନିଆଁ। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି। ହେଲେ ବଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ଭୟଙ୍କର ହୋଇ ପଡୁଛି। ଜଙ୍ଗଲ ନିଆଁକୁ କିପରି ରୋକାଯାଇ ପାରିବ ସେନେଇ ବନ ବିଭାଗ ପକ୍ଷରୁ ଏକ ନୂଆ ଆପ୍ଲିକେସନ ବ୍ୟବହାର କରାଯାଉଛି।
ଏହି ଆପ୍ଲିକେସନ ମାଧ୍ୟମରେ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭରୁ ତାହାକୁ ନିୟନ୍ତ୍ରଣ କରାଯିବ। ଫଳରେ ଆଉ ହୁତୁହୁତୁ ହୋଇ ଜଳିବ ନାହିଁ ଜଙ୍ଗଲ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବନ କର୍ମଚାରୀ OFMS ଫରେଷ୍ଟ ଫାୟାର ଆପ୍ଲିକେସନ ବ୍ୟବହାର କରୁଥିବା ପିସିସିଏଫ୍ ସୁରେଶ ପନ୍ତ ପ୍ରକାଶ କରିଛନ୍ତି। ଏହି ଆପ୍ଲିକେସନ ଜଙ୍ଗଲ ନିଆଁ ଅନୁସନ୍ଧାନ ଏବଂ ରିପୋଟିଂ ପାଇଁ ବେଶ ଉପଯୋଗୀ ବୋଲି ସେ କହିଛନ୍ତି।ଏପରିକି ପାଇଲଟ ପ୍ରକଳ୍ପ ଭାବେ ଶମିଳିପାଳରେ ୫ଟି ଏଆଇ କ୍ୟାମେରା ସ୍ଥାପିତ କରାଯାଇଛି। ସେହିପରି ରାଉରକେଲରେ ଅଗ୍ନି ଏବଂ ବନ୍ୟଯନ୍ତୁଙ୍କ ପାଇଁ ୪ଟି ଏଆଇ କ୍ୟାମେରା ସ୍ଥାପିତ ହୋଇଥିବା ପିସିସିଏଫ୍ ସୂଚନା ଦେଇଛନ୍ତି। ଏପରିକି ଆଗକୁ ଗୃହ ବିଭାଗ ଜରିଆରେ ଓଡ୍ରାଫର ସହାୟତା ନିଆଯାଇ ଜଙ୍ଗଲ ନିଆଁକୁ ଆୟତ୍ତ କରାଯିବ। ଚଳିତ ବର୍ଷ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ରାଜ୍ୟରେ ୧୪,୯୨୨ ବନାଗ୍ନି ସତର୍କ ସଙ୍କତେ ମିଳିଛି ବୋଲି ପିସିସିଏଫ୍ ପ୍ରକାଶ କରିଛନ୍ତି। ଏପରିକି ଜଙ୍ଗଲ ନିଆଁ ରୋକିବାକୁ ଜିଲାସ୍ତରରେବନ ବିଭାଗର ଆକ୍ସନ ପ୍ଲାନ କରାଯାଉଥିବା ସେ କହିଛନ୍ତି।