ମହିଳାଙ୍କୁ ମାସକୁ ମିଳିବ ୨୫୦୦ଟଙ୍କା, ଯୁବକଙ୍କୁ ୧୫ ହାଜର ଟଙ୍କା

ମହିଳାଙ୍କୁ ମାସକୁ ମିଳିବ ୨୫୦୦ଟଙ୍କା, ଯୁବକଙ୍କୁ ୧୫ ହାଜର ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ର୍ନିବାଚନର ଫଳାଫଳର ଚିତ୍ର ଏବେ ପ୍ରାୟ ସ୍ପଷ୍ଟ ହୋଇଯାଇଛି। ଯେଉଁଥିରେ BJP ସରକାର ଗଠନ କରୁଥିବା ପରି ମନେ ହେଉଛି। ଏହି ଖବର ଲେଖାଯିବା ସମୟରେ, ଭାଜପା ୪୭ଟି ଆସନରେ ଆଗୁଆ ଥିବା ବେଳେ ଆମ ଆଦମୀ ପାର୍ଟି ମାତ୍ର ୨୩ଟି ଆସନରେ ଆଗୁଆ ଅଛି। ତେବେ ନିର୍ବାଚନ ପୂର୍ବରୁ ସରକାରକକୁ ଆସିଲେ ଭାଜପା ଦିଲ୍ଲୀବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଥିଲା। ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ ଭାଜପା ମ୍ୟାଜିକ ନମ୍ବର ଛୁଇଁ ସାରିଛି। ଏହି କ୍ରମରେ ଆସନ୍ତୁ ଦେଖିବା ଦିଲ୍ଲୀବାସୀ ଏବେ ମାଗଣାରେ କଣ ପାଇବେ। ଯଦି ଦିଲ୍ଲୀରେ ଭାଜପା ସରକାର ଗଠନ କରେ, ତେବେ ଗରିବ ମହିଳାମାନେ ପ୍ରତି ମାସରେ ୨୫୦୦ ଟଙ୍କା ପାଇବେ। ଗରିବ ମହିଳାମାନେ ୫୦୦ଟଙ୍କାରେ ସିଲିଣ୍ଡର ପାଇବେ ଏବଂ ହୋଲି-ଦୀପାବଳିରେ ମାଗଣା ସିଲିଣ୍ଡର ପାଇବେ। ଗର୍ଭବତୀ ମହିଳାଙ୍କୁ ୨୧ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ଦିଲ୍ଲୀବାସୀଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ମଧ୍ୟ ମିଳିବ। ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ସେହିପରି ଓପିଡି ସେବା ଏବଂ ଲ୍ୟାବ ପରୀକ୍ଷା ମଧ୍ୟ ମାଗଣା ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏବେ ଦିଲ୍ଲୀର ୧୭୦୦ ରୁ ଅଧିକ ଅନଧିକୃତ କଲୋନୀରେ ରହୁଥିବା ଲୋକମାନେ ସେମାନଙ୍କ ଘରର ମାଲିକାନା ଅଧିକାର ପାଇବେ। ଦିଲ୍ଲୀରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ସହାୟତା ମିଳିବ।