ପିଲାଙ୍କୁ ମାଗଣା ଶିକ୍ଷା ଦେଇ ଚର୍ଚ୍ଚାରେ ସମାଜସେବୀ 


 ବେତନଟୀ  : କୁହାଯାଏ ସୋଚଟ ରାସ୍ତାରେ ଗଲେ ଆସେ ଅନେକ ବାଧାବିଘ୍ନ ।  ଆଉ ସେ ସବୁ ଅଣଦେଖା କରି ଲୋକଙ୍କୁ ସେବା ପ୍ରଦାନ କରିବା ମନବୃତିକୁ ଆପଣାଇ ଆଗକୁ ବଢି·ଲିଛନ୍ତି ଜଣେ ସମାଜସେବୀ । ଦୀର୍ଘ ୫ ବର୍ଷ କାଳ ଶହ ଶହ ପିଲାଙ୍କୁ ମାଗଣା ଶିକ୍ଷାଦାନ କରୁଛନ୍ତି ସମାଜସେବୀ ବିକାଶ ଚନ୍ଦ୍ର ସେଠୀ । ୫ ବର୍ଷ ତଳେ ଗରିବ ଦୁଃଖୀ ପିଲାଙ୍କୁ ମାଗଣା ଶିକ୍ଷା ଦେବା ଲକ୍ଷରେ ବାରିପଦା ଓ ବାଲେଶ୍ୱ୍ରଠାରେ ଆରମ୍ଭ କରିଥିଲେ ଭାରତ ବିକାଶ କନଭେଣ୍ଟ ସ୍କୁଲ । ମନରେ କୌଣସି ସ୍ୱ୍ୱାର୍ଥ ନ ରଖି ନିଃସ୍ୱ୍ୱାର୍ଥପର ଭାବରେ ପିଲାଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଅତି ପରିଚିତ ସାମାଜସେବୀ ବିକାଶ ଚନ୍ଦ୍ର ସେଠୀ । ବାଲେଶ୍ୱର ବିକାଶ କନଭେଣ୍ଟ ସ୍କୁଲରେ ସିବିଏସସି ପାଠ୍ୟକ୍ରମ ପଢା ଯାଉଥିବା ବେଳେ ବାରିପଦା ବିକାଶ କନଭେଣ୍ଟ ସ୍କୁଲରେ ଆଇସିଏସ୍ କୋର୍ସ ପଢାଯାଉଅଛି । ଆଉ ତାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି ତାଙ୍କ ବଡ ଭାଇ ପ୍ରକାଶ ଚନ୍ଦ୍ର ସେଠୀ । କେବଳ ଯେ ମାଗଣା ଶିକ୍ଷା ତାହା ନୁହେଁ ପିଲାଙ୍କୁ ସ୍କୁଲ ଡ୍ରେସ, ଖାତା ବହି, ସ୍କୁଲ ପେଣ୍ଟ୍ ସାର୍ଟ ସହ ଅନ୍ୟାନ୍ୟ ବହୁ ଉପକରଣ ମାଗଣାରେ ପ୍ରଦାନ କରୁଛନ୍ତି । ଏପରିକି ପିଲାଙ୍କ ପାଇଁ ମାଗଣା ବୀମା ମଧ୍ୟ ପ୍ରଦାନ କରିଛନ୍ତି । ୨୦୧୬ରୁ ଏହି ସ୍କୁଲର ସ୍ୱୀକୃତି ପାଇବା ପରେ ଦୁଃଖୀ ଗରିବ ପିଲାଙ୍କୁ ଦେଉଛନ୍ତି ମାଗଣାରେ ଶିକ୍ଷା । ମାସକୁ ଏହି ପିଲାଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ।  ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବର୍ଷକୁ ପ୍ରାୟ ୬୦ ରୁ ୮୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରୁଛନ୍ତିି । ଖାଲିଯେ ସେତିକି ତାହା ନୁହେଁ ବରଂ ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣରୁ ସାହାଯ୍ୟ ପାଇଁ ଆସିଥିବା ଯେକୌଣସି ବ୍ୟକ୍ତି ବିଶେଷଙ୍କୁ ସାହାଯ୍ୟର ହାତ ବଢ଼ାଇଥାନ୍ତି ସମାଜସେବୀ ବିକାଶ ଚନ୍ଦ୍ର ସେଠୀ । ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ ମନ୍ଦିରର ଉନ୍ନତିକରଣ ପାଇଁ ଅର୍ଥ ଦାନ ସହ ବାହାନଡ଼ା ସ୍କୁଲରେ ପିଲାଙ୍କ ପାଠ ପଢା ପାଇଁ ଆଧୁନିକ ଟିଭି, ଶିବ ମନ୍ଦିରକୁ ବାଦ୍ୟଯନ୍ତ୍ର ସରଞ୍ଜାମ, କପଣ୍ଡ ଗ୍ରାମରେ ମଙ୍ଗଳା ମନ୍ଦିର ପାଇଁ ଦୁଇ ଲକ୍ଷ ଟଙ୍କା, ବଡ଼ସାହି ନିର୍ବାଚନ ମଣ୍ଡଳୀର ମୁକ ବଧିର ସ୍କୁଲରେ ଏକ୍ୱାଗାର୍ଡ, ବଡ଼ସାହି ମହାବିଦ୍ୟାଳୟରେ ଆଇଏଏସ୍ ଓଏଏସ୍ ଓ ବ୍ୟାକିଙ୍ଗ ପୁସ୍ତକ ବଣ୍ଟନ ଭଳି ଅନେକ କାର୍ଯ୍ୟ କରିଥିବା ବେଳେ ଯେ କୌଣସି ଅସହାୟ ବ୍ୟକ୍ତି ବିଶେଷଙ୍କୁ ଦେଖିବା ମାତ୍ର ସାହାଯ୍ୟର ହାତ ବଢ଼ାଇଥାନ୍ତି ବିକାଶ ଚନ୍ଦ୍ର ସେଠୀ । କନ୍ତୁ କିଛି ଅଧର୍ମୀ ଏ ସବୁକୁ ଦେଖି ସହି ନ ପାରି ସୋସିଆଲ ମିଡିଆରେ ଅନେକ ଅସହ୍ୟପୂର୍ଣ୍ଣ କଟାକ୍ଷ ଲେଖି ତାଙ୍କ ଚଳପଥରେ କଣ୍ଟା ବିଛାଇଥିଲେ ମଧ୍ୟ ସେ ହସ ହସ ମୁହଁରେସେ ସବୁକୁ ଅଣଦେଖା କରି ସମାଜସେବା କ୍ଷେତ୍ରରେ ଆଗେଇ ·ଲିଛନ୍ତି । ଶ୍ରୀ ସେଠୀ ୨୦୦୧ ମସିହାରୁ ସ୍ୱ ହସ୍ତରେ ଅସହାୟଙ୍କୁ ଦାନ ଦେଇ ଧର୍ମ ଅର୍ଜନ କରିଆସୁଛନ୍ତି । ଏପରି ବ୍ୟକ୍ତି ବିଶେଷଙ୍କୁ ପ୍ରସଂଶାର ସୁଅ ଛୁଟିଛି ।