ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ୍ ପକ୍ଷରୁ ୮ ଚେକ୍ ପୋଷ୍ଟ

ସମ୍ବଲପୁର: ସମ୍ବଲପୁର ସହରରେ ଉତ୍ତମ ପୁଲିସ୍ ସେବା ପାଇଁ ଜିଲ୍ଲା ପୁଲିସ୍ ପକ୍ଷରୁ ଚେକ୍ ପୋଷ୍ଟ ବସାଯାଇଥିବା ସମ୍ବଲପୁର ଏସ୍ପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି । ମହାନଗରର ମାନେଶ୍ୱର, ମୋତିଝରନ, ଦୁର୍ଗାପାଲି, ଜିଲ୍ଲା ସ୍କୁଲ ଛକ, ·ଉଁରପୁର, ନେଲ୍ସନ ମଣ୍ଡେଲା ଛକ, ରେଳଷ୍ଟେସନ ପରି ୮ଟି ସ୍ଥାନରେ ନାକା ପୋଷ୍ଟ ବସାଯାଇଥିବା ଏସ୍ପି କହିଛନ୍ତି । ପ୍ରତି ଚେକ୍ ପୋଷ୍ଟରେ ୫ ଜଣ କରି ଅଧିକାରୀ ମୁତୟନ ହୋଇଛନ୍ତି । ନିର୍ବାଚନ କମିସନଙ୍କ ନିଦେ୍ର୍ଦଶ ଅନୁସାରେ ନାକାବନ୍ଦୀକୁ ଜୋରଦାର କରାଯାଇଥିବା ବେଳେ ଆଗକୁ ଆହୁରି ୬ଟି ନାକା ପୋଷ୍ଟ ବସାଇବାକୁ ଯୋଜନା ରହିଛି । ସହର ମଝିରେ ଯାଇଥିବା ଫ୍ଲାଇ ଓଭର ଉପରେ ଯେମିତି ଅପରାଧୀ ଖସିପାରିବେନି ସେ ନେଇ ନୂଆ କରି ଚେକ୍ ପୋଷ୍ଟ କରାଯାଇଛି । ଏହା ଦ୍ୱାରା ଫ୍ଲାଇ ଓଭର ବ୍ରିଜ ଉପରେ ଟ୍ରେକିଙ୍ଗ୍ କରାଯାଇପାରିବ ବୋଲି ଏସ୍ପି କହିଛନ୍ତି । ଗତ ଛଅ ଶାତ ମାସ ହେଲା ଜିଲ୍ଲାରେ ଆଇନ ଶୃଙ୍ଖଳା ଠିକ ରହିଛି । ପୁଲିସ୍ ପେଟ୍ରୋଲିଂ ବ୍ୟବସ୍ଥା ଜାରୀ ରହିଛି । ଚେକ ପୋଷ୍ଟମାନଙ୍କରେ ସହରକୁ ଯାଆଆସ କରୁଥିବା ଗାଡି ମୋଟର ଯାଞ୍ଚ କରାଯିବା ସହିତ ସନ୍ଦିଗ୍ଧମାନଙ୍କ ଉପରେ କଡ଼ା ନଜର ରଖାଯାଉଥିବା କୁହାଯାଇଛି । ନିକଟରେ ଜିଲ୍ଲା ପୋଲିସ ପକ୍ଷରୁ ସଶସ୍ତ୍ର ପୋଲିସଙ୍କ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ।