ପିଏମ୍ଜିପିରେ ୨୯ ପ୍ରତିଶତ ଆବେଦନକାରୀକୁ ମିଳିଛି ଋଣ

ଭୁବନେଶ୍ୱର : ୨୦୨୪ ଜୁନ ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ ଯୋଜନା (ପିଏମ୍ଜିପି) ରେ ୧୪,୧୦୧ ଗୋଟି ଆବେଦନ ପତ୍ର ଦାଖଲ ହୋଇଥିଲା । ସେଥିମଧ୍ୟରୁ ୪୦୭୭ ଟି ଆବେଦନକୁ ଋଣ ପ୍ରଦାନ କରାଯାଇଥିବା ବେଳେ, ୪୪୭୩ଟି ଋଣ ଅନୁମୋଦନ ଅପେକ୍ଷାରେ ଅଛନ୍ତି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଏକ ପ୍ରଶ୍ନର ଉତ୍ତରରେ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରି୍ରୟାକରଣ ଉଦ୍ୟୋଗ ସଙ୍ଗଠିକରଣ ଯୋଜନା (ପିଏମ୍ଜିପି) ରେ ୧୯୩୦ ଗୋଟି ଆବେଦନ ପତ୍ର ଦାଖଲ ହୋଇଛି, ୪୮୭ଟି ଆବେଦନ ପତ୍ରକୁ ଋଣ ମିଳିଥିବା ବେଳେ ୧୨୯୫ ଟି ଆବେଦନ ପତ୍ର ଏବେ ବି ଋଣ ଅନୁମୋଦନ ପାଇଁ ଅଛି ।