ଗଣେଶ ପୂଜା ପାଳନ ନେଇ ପ୍ରସ୍ତୁତି ବୈଠକ


ାା ପ୍ରଭାନୁ୍ୟଜ ।ା ସାଉଥବଲଣ୍ଡା : ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ପାଳନ ନିମନ୍ତେ ତାଳଚେର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ଦିଲ୍ଲିପ ପାଣି ଚଳିତବର୍ଷ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଗଣେଶ ପୂଜା ସମୟରେ ଆଇନଶୃଙ୍ଗଳା ରକ୍ଷା କରିବା, ପାନୀୟଜଳ ଯୋଗାଣ ବନେ୍ଦାବସ୍ତ, ରାସ୍ତାଘାଟ ମରାମତି, ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ବିହିତ ପଦକ୍ଷେପ ନେବା, ନିରବଚ୍ଛିନ୍ନ ବିଦୁ୍ୟତ୍ ସେବା ଯୋଗାଇ ଦେବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ବିଶେଷ କରି ପୂଜା ସମୟରେ ଓ ଜନଗହଳି ବେଳେ ଟ୍ରାଫିକ୍ ବ୍ୟବସ୍ଥା କିପରି ପରିଚାଳନା କରାଯିବ ଓ ଗାଡି ପାର୍କିଂ ପାଇଁ ସୁବ୍ୟବସ୍ଥା ଉପରେ ଆଲୋଚନା କରାଯାଇ କିପରି ବ୍ୟବସ୍ଥିତ ଢଙ୍ଗରେ ଶାନ୍ତିି ଶୃଙ୍ଖଳାର ସହିତ କରାଯିବ, ସେଥିପାଇଁ ବିଭିନ୍ନ ଉପାଦେୟ ନିଷ୍ପତ୍ତି ହୋଇଥିଲା । ତାଳଚେର ଏସଡିପିଓ ତଥା କେନ୍ଦ୍ରୀୟ ଗଣେଶ ପୂଜା କମିଟିର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ବାରିକ ପୂଜା ଓ ଭସାଣୀ ସମୟରେ କିପରି ଶୋଭାଯାତ୍ରା ସୁଚାରୁ ରୁପେ ସମ୍ପାଦନ ହେବ, ତାର ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରିବା ସହ ମେଢ଼ ପେଣ୍ଡାଲ ଉଚ୍ଚତା ୧୨ ଫୁଟ ଓ ବିଦୁ୍ୟତ୍ ତାରର ଉଚ୍ଚତା୧୫ଫୁଟ ମଧ୍ୟରେ ସୀମିତ ରହିବା ପାଇଁ କୁହାଯାଇଥିଲା । ଭସାଣୀ ଯିବା ଆସିବା ରାସ୍ତାରେ ବିଦୁ୍ୟତ୍ ବିଭାଗର ଓହଳି ଥିବା ତାରକୁ ସଜାଡିବା ପାଇଁ ବିଦୁ୍ୟତ୍ ବିଭାଗକୁ କୁହାଯାଇଥିଲା । ସେହିପରି ପରିମଳ, ଆବଶ୍ୟକ ରାସ୍ତାଘାଟ ନିର୍ମାଣ, ମୁକୁଳା ଡ୍ରେନରେ ସ୍ଲାପ ପକାଇବା ଇତ୍ୟାଦି ପାଇଁ ପୌର ନିର୍ବାହୀ ଅଧିକାରୀ ବଳୟ ଦେହୁରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ନିରବିଚ୍ଛିନ୍ନ ବିଦୁ୍ୟତ୍ ସେବା ଯୋଗାଇ ଦେବାକୁ ବିଦୁ୍ୟତ୍ ବିଭାଗ ଅଧିକାରୀଙ୍କୁ କମିଟିର ସଭାପତି ତଥା ଉପଜିଲ୍ଲାପାଳ ଶ୍ରୀ ତ୍ରିପାଠୀ ନିଦେ୍ର୍ଦଶ ଦେଇଥିଲେ । ଅନ୍ୟପକ୍ଷରେ ପେଣ୍ଡାଲ ଗୁଡିକରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ସହ, ଅଗ୍ନି ନିବାରକ ସତର୍କତାମୂଳକ ଭାବେ ପେଣ୍ଡାଲ ନିକଟରେ ତିନୋଟି ବାଲ୍ଟି ରଖିବା ପାଇଁ କୁହାଯାଇଥିଲା । ତାଳଚେରରେ ପୂଜା ସମୟରେ ଜନସମାଗମକୁ ଆଖିରେ ରଖି ଗଣେଶ ପୂଜା ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ କୋଇଲା ପରିବହନ ନିମନ୍ତେ ଚଳାଚଳ କରୁଥିବା (ଟ୍ରେନ, ଟ୍ରକ)କୁ ଅପରାହ୍ନ ୩ ଟାରୁ ରାତ୍ରି ୧୧ ଟା ପର୍ଯ୍ୟନ୍ତ ବନ୍ଦ କରାଯିବା ଇତ୍ୟାଦି ବିଷୟରେ ଆଲୋଚନା ହୋଇ ଏହା ପୂଜା ଦିନ ସେପ୍ଟେମ୍ବର ୭ରୁ ଭସାଣୀ ୧୮ତାରିଖ ପର୍ଯ୍ୟନ୍ତ ଲାଗୁ ହେବା ପାଇଁ କୁହାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ଗଣେଶ ପୂଜା କମିଟିର କାର୍ଯ୍ୟକାରୀ ସଦସ୍ୟମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଉପଦେଷ୍ଟା କେଶବ ଭୁତିଆ, ଉପସଭାପତି ପ୍ରକାଶ ମହାରଣା, ସହସଂପାଦକ ସୌଭାଗ୍ୟ ମହାରଣା ଓ ଜ୍ଞାନରଞ୍ଜନ ସାହୁ, କୋଷାଧ୍ୟକ୍ଷ ରଞ୍ଜିତ ମହାପାତ୍ର, ଅଶୋକ ଶତପଥୀ, ବିଦୁ୍ୟତ୍ ବିଭାଗ ଏସଡିଓ ବବୁଲୁ ମହାରଣା, ପିଏଚଡି ଯନ୍ତ୍ରୀ ଜଳଧର ଦେବତା, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ  ମଧୁସ୍ମିତା ବାସ୍କେ, ମିଡିଆ ସେଲ ସଂଯୋଜକ ତପନ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିିତ ମତାମତ ଦେବା ସହିତ ଆଗାମୀ ପୂଜା ସମୟ ପୂର୍ବରୁ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ମତି ପ୍ରଦାନ କରିଥିଲେ । ଶେଷରେ କେନ୍ଦ୍ରୀୟ କମିଟିର ଉପସଭାପତି ଡ଼ଃ ରଶ୍ମିରଞ୍ଜନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।