ପଶୁ ସମ୍ପଦ ଗଣନା ପ୍ରଶିକ୍ଷଣ ଶିବିର


ାା ପ୍ରଭାନୁ୍ୟଜ ।ା ବାରିପଦା: ୨୧ତମ ପଶୁ ସମ୍ପଦ ଗଣନା -୨୦୨୪ ରେ ନିୟୋଜିତ ପର୍ଯ୍ୟବେକ୍ଷକ ଏବଂ ଗଣନାକାରୀଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ବାରିପଦା ସ୍ଥିତ ଜିଲ୍ଲା ପ୍ରାଣୀ ଚିକିତ୍ସାକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ସମୟରେ ପର୍ଯ୍ୟବେକ୍ଷକ ଏବଂ ଗଣନାକାରୀମାନଙ୍କୁ ପ୍ରାଣୀଧନ ଆକଳନ, ବର୍ଗ, ପ୍ରାଣୀଗଣନା, ଉତ୍ପାଦନ, ଯୋଜନା ସମେତ ପ୍ରାଣୀଧନ ଅଭିବୃଦ୍ଧି ବିଷୟରେ ସୂଚନା କିପରି ସଂଗ୍ରହ କରିବେ ଏବଂ ତତ୍ସହିତ ମୋବାଇଲ ଆପ୍ର ବ୍ୟବହାର ସମେତ ପ୍ରାଣୀଙ୍କ ପ୍ରଜାତି ସମ୍ବନ୍ଧୀୟ ସୂଚନା କିଭଳି ଠୁଳ କରିବେ ସେ ବିଷୟରେ ବରିଷ୍ଠ ବିଶେଷଜ୍ଞମାନେ ଆଲୋକପାତ କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ୧ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇ ୩୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟରେ ପ୍ରଶିକ୍ଷଣ ନେଇଥିବା ଜିଲ୍ଲାର ୨୬୮ ଜଣ ପର୍ଯ୍ୟବେକ୍ଷକ ଏବଂ ଗଣନାକାରୀ ୩୯୮୨ ଟି ଗ୍ରାମ ଓ ୭୦ଟି ୱାର୍ଡ ବୁଲି ପଶୁ ସମ୍ପଦ ଗଣନାର ସବିଶେଷ ସୂଚନା ଗ୍ରହଣ କରିବେ । ଏହି ସର୍ବେକ୍ଷଣ ଘର ରୁ ଘର ବା ଡୋର ଟୁ ଡୋର କ୍ୟାମ୍ପେନ ମାଧ୍ୟମରେ ହେବ । ସୂଚନାନୁସାରେ ଆଗାମୀ ୪ଦିନ ଧରି ଏହି ପ୍ରଶିକ୍ଷଣ ଶିବିର ଜିଲ୍ଲାର ୪ଟି ଉପଖଣ୍ଡର ସମସ୍ତ ପର୍ଯ୍ୟବେକ୍ଷକ ଏବଂ ଗଣନାକାରୀଙ୍କୁ ନେଇ ଅନୁଷ୍ଠିତ ହେବ । ଆଜିର ଏହି  ଶିବିରକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ କଳ୍ପତରୁ ସ୍ୱାଇଁ ଏବଂ ଜିଲ୍ଲା ନୋଡାଲ ଅଫିସର ଡଃ ଭାଗବତ ଘୋଷ ପରିଚାଳନା କରିଥିବାବେଳେ ଏହି ଶିବିରରେ ୮୮ଜଣ କର୍ମକର୍ତ୍ତା ପ୍ରଶିକ୍ଷଣ ନେଇଥିଲେ । ଆଗାମୀ ଚାରି ଦିନ ହେବାକୁ ଥିବା ଏହି ଶିବିରରେ ସମସ୍ତ ପଶୁ ସମ୍ପଦ ଗଣନା -୨୦୨୪ରେ ନିୟୋଜିତ ପର୍ଯ୍ୟବେକ୍ଷକ ଏବଂ ଗଣନାକାରୀଙ୍କୁ ତାଲିମ ଦିଆଯିବ । ଜିଲ୍ଲାରେ ଏହି ସର୍ବେକ୍ଷଣକୁ ବ୍ୟାପକ କରାଯିବା ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି ସୂଚନା ପ୍ରଦାନ କରିଛନ୍ତି ।