ପ୍ରଦୂଷଣମୁକ୍ତ ଋଷିକୂଲ୍ୟା ପାଇଁ ନିଆରା ପ୍ରୟାସ
ଆସିକା: ଗଞ୍ଜାମ ଜିଲ୍ଲା ଆସିକାଠାରେ ଅବସ୍ଥିତ ଋଷିକୂଲ୍ୟା ଓ ବଡ଼ ନଦୀର ସଙ୍ଗମ ସ୍ଥଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆସିକା ପୁଲିସ୍, ଆସିକା ରାମକୃଷ୍ଣ ସ୍କାଉଟ ଟ୍ରୁପ ଓ ସାରଦା ଗାଇଡ଼ କମ୍ପାନୀ, ଏନ୍ଏସି, ତହସିଲ,ବାର ଆସୋସିଏସନ, ଜୋର୍ଣ୍ଣାଲିଷ୍ଟ ଆସୋସିଏସନ, ପତଞ୍ଜଳି ଯୋଗ ଶିବିର ଦ୍ୱାରା ଏକ ନିଆରା ପ୍ରୟାସ କରାଯାଇଛି । ଗତ ବାରୁଣୀ ବୁଡ଼ରେ ଲକ୍ଷାଧିକ ଶ୍ରଦ୍ଧାଳୁ ନିଜ ପିତୃ ପୁରୁଷଙ୍କ ମୁକ୍ତି କାମନା କରି ଏହି ସଙ୍ଗମ ସ୍ଥଳରେ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଥାନ୍ତି । ପରମ୍ପରା ଅନୁସାରେ ସଙ୍ଗମ ସ୍ଥଳରେ ବିଭିନ୍ନ ପୂଜା ସାମଗ୍ରୀ, ଫଟୋ, ଓ ମୂର୍ତ୍ତୀ ବିସର୍ଜନ କରାଯାଏ । ଯାହା ଦ୍ୱାରା ବାରୁଣୀ ବୁଡ଼ ପରେ ସଙ୍ଗମ ସ୍ଥଳ ଅନେକ ମାତ୍ରାରେ ପ୍ରଦୂଷଣ ହୋଇଥାଏ । ରାମ ନବମୀ ଅବସରରେ ଏହି ସଙ୍ଗମ ସ୍ଥଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆସିକା ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ସ୍କାଉଟ ଓ ଗାଇଡ଼ଙ୍କ ଦ୍ୱାରା ପବିତ୍ର ଋଷିକୁଲ୍ୟା ଓ ବଡ଼ ନଦୀର ସଙ୍ଗମ ସ୍ଥଳରେ ଥିବା ଆବର୍ଜନା ଗୁଡ଼ିକୁ ସଫା କରାଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ ମହାପାତ୍ର, ଥାନାଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ବାରିକ, କାର୍ଯ୍ୟ ନିର୍ବାହୀ ଅଧିକରୀ ଲୋକନାଥÿ, ମେଡିକାଲ ଅଫିସର ଦିପକ କୁମାର ସାମନ୍ତରାୟ, ଆଇନଜୀବୀ ସନ୍ତୋଷ କୁମାର ପାଣିଗ୍ରାହୀ, ବିଦେଶୀ ନାହାକ, ଅନିଲ କୁମାର ପାଣିଗ୍ରାହୀ, ପ୍ରଭାତ କୁମାର ପାଢ଼ୀ, ରାଘବ କୁମାର ନାୟକ, କମଳେନ୍ଦୁ ହୋତା, ଲୀନା କୁମାରୀ ସ୍ୱାଇଁ, ପ୍ରଶାନ୍ତ କୁମାର ମୁନି, ଦିଲ୍ଲୀପ କୁମାର ପାଣିଗ୍ରାହୀ, ଦୁର୍ଗାମାଧବ ପଣ୍ଡା, ଦିଲ୍ଲୀପ କୁମାର ଶତପଥି, ଖିରୋଦ ଚନ୍ଦ୍ର ବେହେରା, ନିର୍ମଳ ପାତ୍ର, ମନୋଜ କୁମାର ସାହୁ, ଅମ୍ବିକା ବେଣିଆ, ସୁଭାଶିଷ ସ୍ୱାଇଁ, ଜ୍ଞାନ ରଞ୍ଜନ ସେଠି, ଅଶୋକ କୁମାର ପଟ୍ଟନାୟକଙ୍କ ସମେତ ଶତାଧିକ ସ୍ୱେଛାସେବୀ ଉପସ୍ଥିତ ରହି ଏହି ସଫେଇ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ ।