ଗଙ୍ଗାଧର ମହାପାତ୍ର ଥିଲେ ଭିନ୍ନ ଏକ ବ୍ୟକ୍ତିତ୍ୱ 

ଗଙ୍ଗାଧର ମହାପାତ୍ର ଥିଲେ ଭିନ୍ନ ଏକ ବ୍ୟକ୍ତିତ୍ୱ 

 ପୁରୀ: ପୂର୍ବତନ ମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଅଷ୍ଟାଦଶତମ ରାଜ୍ୟସ୍ତରୀୟ ଶ୍ରାଦେ୍ଧାସôବ ପାଳିତ ହୋଇଛି । ବଡ଼ଦାଣ୍ଡସ୍ଥିତ ଅନ୍ନପୂର୍ଣ୍ଣା ରଂଗମଞ୍ଚରେ ଗଙ୍ଗାଧର ମହାପାତ୍ର ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଶ୍ରାଦେ୍ଧାସôବରେ ପୌରହିତ୍ୟ କରିଥିଲେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୂଳପତି ଡ଼କ୍ଟର ନୀଳକଣ୍ଠ ପତି । ଶ୍ରାଦେ୍ଧାସôବକୁ ଉଦ୍ଘାଟନ କରିଥିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର । ମୁଖ୍ୟ ଅତିଥି ଭାବେ ସ୍ନାୟୁ ସଲ୍ୟ ଚିକିସôକ ଡ଼ାକ୍ତର ଅଶୋକ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଏବଂ ମକ୍ତ ମଣ୍ଡପର ସଂପାଦକ ଚିତ୍ତରଂଜନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅତିଥିମାନେ ସ୍ୱର୍ଗତ ମହାପାତ୍ରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବାକୁ ଯାଇ କହିଥିଲେ ଯେ, ସ୍ୱର୍ଗତ ମହାପାତ୍ର ଏକାଧାରରେ ଦେଶପ୍ରେମୀ, ଓକିଲ, ରାଜନୀତିଜ୍ଞ ଓ ସମାଜସେବୀ ଭାବେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ । ସେ ଏକ ଭିନ୍ନ ଧରଣର ବ୍ୟକ୍ତିତ୍ୱ ଥିଲେ । ମଣିଷକୁ ମଣିଷ ସହ ଯୋଡ଼ୁଥିଲେ । ତାଙ୍କର ସାମାଜିକ ଚିନ୍ତାଧାରା ଉନ୍ନତ ଥିଲା । ସେ ବଡ଼ଭାଇ ପଣିଆ ଜାହିର କରିପାରୁଥିଲେ । ଶିକ୍ଷାମନ୍ତ୍ରୀତ୍ୱ କାଳରେ ଶିକ୍ଷା ବିକାଶ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା । ଅର୍ଥମନ୍ତ୍ରୀ କାଳରେ ସେ ଅଗମ୍ୟ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରି, କୃଷ୍ଣପ୍ରସାଦ ପାଇଁ ଯଥେଷ୍ଟ ଉନ୍ନୟନ ମୂଳକ କାର୍ଯ୍ୟ କରି ଲୋକଲୋଚନକୁ ଆସିଥିଲେ । ପ୍ରାରମ୍ଭରେ ଆଇନଜୀବୀ ଉମାବଲ୍ଲଭ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସାଧାରଣ ସଂପାଦକ ଚକ୍ରଧର ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଆଇନସେବା କ୍ଷେତ୍ରରେ ପାରଦର୍ଶିତ ଯୋଗୁଁ ସୌର୍ଯ୍ୟକାନ୍ତ ପାଢୀ, ଜୟଦେବ ମିଶ୍ର, ସମାଜସେବୀ ଓ ନାଟ୍ୟ ନିଦେ୍ର୍ଦଶନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭୂତି ଭୂଷଣ ପଟ୍ଟନାୟକ ଓ ଶ୍ରେଷ୍ଠ ଆଇନ ସ୍ନାତକ ଗୌରବ ରାଲହନଙ୍କୁ ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସ୍ମୃତି କମିଟିର ଯୁଗ୍ମ ସଂପାଦକ ବୀରେନ୍ଦ୍ର ଭୂଷଣ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶ୍ରାଦେ୍ଧାସôବ ପରିଚାଳନା କରିଥିଲେ କାର୍ଯ୍ୟକାରୀ ସଂପାଦକ ବିପିନ ବିହାରୀ ଦଳାଇ, ଆରତି ଜେ. ଦାସ, ସୌମ୍ୟରଂଜନ ସ୍ୱାଇଁ, ସତ୍ୟବ୍ରତ ରଥ ଓ ପୁଷ୍କର ମହାପାତ୍ର । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଓକିଲ ସଂଘର ପୂର୍ବତନ ସଭାପତି ରାମପ୍ରସାଦ ଦାସ, ଜୟରାମ ବସ୍ତିଆ, ଓକିଲ ସଂଘର ସଭାପତି ଆଦିତ୍ୟ ହୃଦୟ ମିଶ୍ର, ରୁଦ୍ରନନ୍ଦନ ମିଶ୍ର, ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ, ଶିବପ୍ରସାଦ ମିଶ୍ର, ମିନତୀ ପଟ୍ଟନାୟକ, ବୀରେନ୍ଦ୍ର ମହାନ୍ତି, ବିଶ୍ୱନାଥ ବେହେରା, ଡ଼କ୍ଟର ହେମନ୍ତ କୁମାର ଛୋଟରାୟ, ଅନନ୍ତ ପ୍ରଧାନ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ।