ବନବାସ ଯାତ୍ରାର କଥାବସ୍ତୁକୁ ନେଇ ସାହିଯାତ ପଟୁଆର
ପୁରୀ : ସାହିଯାତ କ୍ରମରେ ଚତୁର୍ଥ ଦିବସରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ସାହିଯାତ ବାହାରିôଲା । ମାର୍କଣ୍ଡେଶ୍ୱର ସାହିର ଭଗବତୀ କୋଟ ଆଖଡ଼ା ପକ୍ଷରୁ ଜାତ ବାହାରି ସାହି ପରିକ୍ରମା କରିଥିଲା । ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ନୀତି ପରେ ଦକ୍ଷିଣି ଘରେ ପୂଜା ହୋଇ ଆଜ୍ଞାମାଳ ବିଜେ ହୋଇଥିଲା । ପରେ ରାମ, ଲକ୍ଷ୍ମଣ, ସୀତା ବେଶରେ କଳାକାରମାନେ ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥିଲେ । ମାର୍କଣ୍ଡେଶ୍ୱର ଆଖଡ଼ା ପକ୍ଷରୁ ବନବାସ ଲିଳା ଅନୁଷ୍ଠିତ ହୋଇଥିଲା । ମାର୍କଣ୍ଡେଶ୍ୱର ସାହିର ରାହାସ ଜାଗା, ଭଟ୍ଟଜାଗା, ଝାଟି ଜାଗା, ସାତବଖରା ଜାଗା, ବଡ଼ପୋଖରୀ ଜାଗା, ପାଣ୍ଡ ଜାଗା, ଦୁଆରୀ ଜାଗା, ବଡ଼ୁମହାପାତ୍ର ଜାଗାରୁ ପରମ୍ପରା ଅନୁଯାୟୀ ପଟୁଆର ଦଳ ବାହାରିଥିଲା । ଜାତକୁ ଆପର୍ଷଣୀୟ କରିବା ପାଇଁ ମାର୍କଣ୍ଡେଶ୍ୱର ସାହି ଆଖଡ଼ା ପକ୍ଷରୁ ମେଢ ବାହାରିଥିଲା । ରାମ, ଲକ୍ଷ୍ମଣ ଓ ସୀତାଙ୍କ ସମେତ ବୀରକର୍ଣ୍ଣ, ଦୁର୍ଗାମଢେ, କାଳୀମେଢ ଓ ନାଗା ବାହାରିଥିଲା । ନାଗାନୃତ୍ୟ ଆକର୍ଷଣ ସାଜିଥିଲା । ରାହାସ ମହାନ୍ତି ଜାଗାରୁ ଆଦିତ୍ୟ ପୃଷ୍ଟି ବୀରକର୍ଣ୍ଣ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ଭଗବତୀ କୋଟ ପକ୍ଷରୁ ରାମ,ଲକ୍ଷ୍ମଣ, ସୀତାଙ୍କ ସମେତ ଧିବର, ଡ଼ଗର ଓ ଋଷି ବିଶ୍ୱାମିତ୍ର ବନବାସ ନୀତିରେ ସାମିଲ ହୋଇôଲେ । ସାହିଯାତ ବିମାନବଡ଼ୁ ସାହି, ମିଶ୍ରସାହି, ମାର୍କଣ୍ଡେଶ୍ୱର ସାହି, ଚୁଡ଼ଙ୍ଗ ସାହି ଦେଇ ଭଗବତୀକୋଟ, ଗଡ଼ନ୍ତି ଛକକୁ ପ୍ରତ୍ୟାବର୍ତ୍ତନ କରିଥିଲା ।