ବିଭିନ୍ନ ସ୍ଥାନରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶାସନ ପଞ୍ଚାୟତ ମାଳିପୁର ବଜାର ଠାରେ ଭାରତୀୟ ଜନତା ପାର୍ଟିର ସ୍ଥାପନ ଦିବସ ପାଳିତ ହୋଇଯାଇଛି । ୧୮ ନଂ ଜୋନ ସଭାପତି ଗୋପୀନାଥ ପଣ୍ଡା ପୌରହିତ୍ୟରେ ଅନୁଷ୍ଠିତ ସ୍ଥାପନ ଦିବସ ସଭାରେ ଶତାଧିକ ବିଜେପି କର୍ମୀ ଯୋଗଦେଇ ବନେ୍ଦ ମାତରଂ ଗାନକରିବା ସହିତ ଦିବଂଗତ ଅଟଳ ବିହାରୀ ବାଜପେୟୀ, ଦିନ ଦୟାଲ ଉପାଧ୍ୟାୟ ଏବଂ ଶ୍ୟାମା ପ୍ରସାଦ ମୁଖାର୍ଜୀ ପ୍ରମୁଖଙ୍କ ଭାରତୀୟ ଜନତା ପାର୍ଟି ପାଇଁ ଅବଦାନର ସ୍ମୃତି ·ରଣ କରିବା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତାର ପ୍ରଶଂସା କରିବା ସହିତ ଅବ କି ବାର ·ରିଶ ପାର୍ ନାରା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଜନ ମଙ୍ଗଳକାରୀ କାର୍ଯ୍ୟ ଓ ବିଶ୍ୱସ୍ତରରେ ଭାରତର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁଧନ୍ୟବାଦ୍ ଦେବା ସହିତ ଏଥର ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବାକୁ ଜନ ସାଧାରଣଙ୍କୁ ନିବେଦନ କରିଥିଲେ । ଏଥିରେଯୁବ ନେତା ପ୍ରଶାନ୍ତ ମହାନ୍ତି ମୁଖ୍ୟଅତିଥି , ଭାଜପା ନେତା ପଞ୍ଚାନନ ବିଶ୍ୱାଳ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ । ଏହି ସଭାରେ ରମାକାନ୍ତ ଦାସ, ଗଣେଶ ଦାସ, ରସ୍ମିକାନ୍ତ କୁଣ୍ଡ, ଲକ୍ଷ୍ମୀକାନ୍ତ ଶତପଥି, ଶୁଭେନ୍ଦୁ ଦାସ, ସନାତନ ମହାନ୍ତି, ମହେଶ୍ୱର ମଲିକ, ବିଘ୍ନେଶ୍ୱର ମଲିକ, ସତ୍ୟବାନ ମଲିକ, ଦାମୋଦର ବେହେରା, ବିମଲ ବାରିକ, ଶଙ୍କର୍ଷଣ ପଣ୍ଡା, ମନ୍ମଥ ମାନଧାତା ପ୍ରମୁଖ ବହୁ ଭାଜପା ନେତା ଓ କାର୍ଯ୍ୟକର୍ତ୍ତା ଯୋଗଦେଥିଲେ ।
ନିମାପଡା: ଆଜି ବିଜେପି ପାଳିଛି ତାର ପ୍ରତିଷ୍ଠା ଦିବସ । ନିମାପଡାରେ ମଧ୍ୟ ବିଜେପି ତରଫରୁ ପାଳନ ହୋଇଯାଇଛି ବିଜେପିର ପ୍ରତିଷ୍ଠା ଦିବସ । ଏହି ଅବସରରେ ନିମାପଡା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡା ଏବଂ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ବିଭୁପ୍ରସାଦ ତରାଇଙ୍କ ନେତୃତ୍ୱରେ ନୂତନ ବସଷ୍ଟାଣ୍ଡ ପାଖରୁ ଶହ ଶହ ଦଳୀୟ କର୍ମୀ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମାୟ କରି ପୂର୍ଣ୍ଣେଶ୍ୱରୀ ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଅସେନ୍ତା ର୍ନିବାଚନରେ କିପରି ଭାବରେ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ବିଜୟ ସହଜ ସାଧ୍ୟ ହେବ ସେ ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁର୍ଣ୍ଣଚନ୍ଦ୍ର ଓଝା, ବିଜୟ ନାୟକ, ବିଜୟ ପଣ୍ଡା, ସୁଶାନ୍ତ ସ୍ୱାଇଁ, ପ୍ରମୋଦ ରାୟ, ପ୍ରଶନ୍ନ ଦାଶ, ଦେବାଶିଷ ଆ·ର୍ଯ୍ୟ, ନିରଞ୍ଜନ ନାୟକ, ମିନଲତା ମହାନ୍ତି, ଅଜୟ ପରିଡାଙ୍କ ସମେତ ସମସ୍ତ ଦଳୀୟ କର୍ମକର୍ତ୍ତା ମାନେଯୋଗ ଦେଇଥିଲେ ।
ରାଜକନିକା: ରାଜ୍ୟ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରେୟସ ଦାସଙ୍କ ସଭାପତିତ୍ୱ ଓ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ସନ୍ତୋଷ କରଙ୍କ ସଂଯୋଜନାରେ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟାଳୟରେ ବିଜେପିର ୪୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ବିଜେପି ନେତ୍ରୀ ଜୀତା ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରୀଣି ସଦସ୍ୟ ଶାରଦା ପ୍ରସନ୍ନ ବିଶ୍ୱାଳ, ଜିଲ୍ଲା ସଂଯୋଜକ ଦୀପକ କୁମାର ମଲ୍ଲିକ, ଜିଲ୍ଲା ସଂଯୋଜକ ପ୍ରବୀର ନାୟକ, ଜିଲ୍ଲା ସଂଯୋଜକ ସୁଜିତ ବେହେରା, ୨୮ନମ୍ବର ଜୋନ ସଭାପତି ରାଜେନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ପ୍ରକାଶ ନାୟକ, ଦୀଲ୍ଲିପ ପରିଡା, ସୁବାଷ ନାୟକ, ସଚିନ ଦାସ, ଜଗନ୍ନାଥ ସାମଲ, ଅମୀୟ ନାୟକ, ପ୍ରସନ୍ନ ଜେନାଙ୍କ ସହ ଯୁବମୋର୍ଚ୍ଚାର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।
ତିହିଡ଼ି, : ଭଦ୍ରକ ଜିଲ୍ଲା ତିହିଡିରେ ଭାରତୀୟ ଜନତା ପାର୍ଟି(ବିଜେପି)ର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ତିହିଡି ଟାଉନହଲ ସାମ୍ନାରେ ଏକ ସଭା ବିଜେପିର ଯୁବନେତା ସୀତାକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପିର ଧାମନଗର ନିର୍ବାଚନମଣ୍ଡଳୀ ପ୍ରଭାରୀ ବୁଦ୍ଧଦେବ ଜେନା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତା ଶୁକଦେବ ମଳିକ, ଭାଟପଡା ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ସାହିତି୍ୟକ ଯଦୁମଣି ପାଣିଗ୍ରାହୀ, ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ରଘୁନାଥ ପାତ୍ର, ବରିଷ୍ଠ ନେତା ଅଜୟ ମହାପାତ୍ର, ବିଜେପି ଜିଲ୍ଲା ଉପସଭାପତି ଦୁର୍ଗାଚରଣ ନାୟକ, ଯୁବନେତା ପ୍ରତାପ ଜେନା, ମନୋଜ ସେନାପତି, ଦେବେନ୍ଦ୍ର ପଣ୍ଡା, ପ୍ରିୟବ୍ରତ ପାଢୀ, ପଞ୍ଚାୟତ ସଭାପତି ପ୍ରଦୀପ ଜେନା, କେଶବ ବେହେରା, କୈଳାସ ଜେନା, ମାନସ ପୁହାଣ, ଅଭିମନୁ୍ୟ ବେହେରା, ଅଜୟ ନାୟକ ପ୍ରମୁଖ ଯୋଗଦେଇ ବିଜେପି ଭଳି ସର୍ବବୃହତ୍ତ ରାଜନୈତିକ ଦଳର ପ୍ରତିଷ୍ଠା ରେ ଯେଉଁ ରାଷ୍ଟ୍ରବାଦୀ ନେତାଙ୍କ ଭୂମିକା ରହିଥିଲା ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ବିଜେପି ତାର ଲକ୍ଷ୍ୟପଥରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଧୀରେ ଧୀରେ ପୂରଣ କରିବାରେ ସକ୍ଷମ ହେଉଛି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ସେହିପରି ଭାରତକୁ ପରମ ବୈଭବଶାଳୀ ରାଷ୍ଟ୍ର ଭାବେ ଗଢି ତୋଳିବା ପଥରେ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଥିବା ବେଳେ ଆଗାମୀ ଦିନରେ ପୃଥିବୀରେ ତୃତୀୟ ଅର୍ଥନୈତିକ ଶକ୍ତି ଭାବରେ ଉଭା ହେବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକୁ ବକ୍ତାମାନେ ପ୍ରଶଂସା କରିଥିଲେ । ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ଗଠନ ଦିଗରେ ବିଜେପି କର୍ମୀମାନେ ନିଷ୍ଠାପର ଓ ନିରନ୍ତର ଭାବେ ଉଦ୍ୟମ ଜାରି ରଖିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା । ପ୍ରାରମ୍ଭରେ ବିଜେପି ପ୍ରତିଷ୍ଠାତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ।