ଯୁବକଙ୍କୁ ଧକ୍କା ଦେଇ ସୁନା ଚେନ୍ ଲୁଟ୍ ; ବର୍ଷେ ପରେ ଡନ୍ ଗିରଫ

ଯୁବକଙ୍କୁ ଧକ୍କା ଦେଇ ସୁନା ଚେନ୍ ଲୁଟ୍ ; ବର୍ଷେ ପରେ ଡନ୍ ଗିରଫ

  
 ଭୁବନେଶ୍ୱର, ୧୯ା୪ : ହୋଲିରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ କିଛି ଦୁର୍ବୃତ୍ତ ରାସ୍ତାରେ ଅଟାକଇ ଯୋର ଜବରଜସ୍ତ ସାର୍ଟ ଚିରିବା ସହିତ ଧକ୍କା ଦେଇ ବେକରୁ ସୁନା ଚେନ୍ ଲୁଟ୍ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଜଣେ ଚିତ୍ତ ନାମକ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ଘଟଣାର ୧ ବର୍ଷ ପରେ ଅନ୍ୟ ଜଣେ ଫେରାର ଲୁଟେରା ଚିତ୍ରଶେନ୍ ମହାପାତ୍ରକୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୁଲିସ ।
 ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ୮ ତାରିଖ ଅଭିଯୋଗକାରୀ ବିରଞ୍ଚିନାରାୟଣ ବେହେରା ହୋଲି ଖେଳି ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ସରୋଜ କୁମାର ତ୍ରିପାଠୀ ଓ ତାର ସହଯୋଗୀମାନେ ମିଳିତ ଭାବେ ତାଙ୍କୁ ଅଟକାଇବା ସହ ତାଙ୍କର ସାର୍ଟ କୁ ଚିରିବା ସହିତ ଧକ୍କା ଦେଇଥିଲେ । ଫଳରେ ଅଭିଯୋଗକାରୀ ତଳେ ପଡ଼ିଯାଇଥିଲେ । ଏହି ସମୟରେ ଅଭିଯୁକ୍ତମାନେ ତାଙ୍କର ବେକରୁ ସୁନା ଚେନ୍ ଟିକୁ ନେଇ ଯାଇଥିଲେ । ଏହାକୁ ନେଇ ଅଭିଯୋଗକାରୀ ଅଭିଯୁକ୍ତ ମାନଙ୍କୁ ବିରୋଧ କରିବାରୁ ଅଭିଯୁକ୍ତ ମାନେ ମିଳିତ ଭାବେ ଏକ ଲୁହାରଡରେ ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିଲେ । ଏନେଇ ଅଭିଯୋଗକାରୀ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ୬୪ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଚିତ୍ତ ନାମକ ଅଭିଯୁକ୍ତକୁ ଗିରଫ କରି ଦଫା ୩୪୧, ୩୭୯, ୩୦୭, ୫୦୬, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରିଥିଲା । ହେଲେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ରହିଥିବା ବେଳେ ଘଟଣାର ୧ ବର୍ଷ ପରେ ଆଜି ଜଣେ ଚିତ୍ରଶେନ ମହାପାତ୍ର ଓରଫ ଡନକୁ ଗିରଫ କରାଯାଇଛି ।