ମହାନଦୀରେ ଡଙ୍ଗା ବୁଡ଼ିଲା , ୬ ନିଖୋଜ, ମହିଳା ମୃତ
ମହାନଦୀରେ ଡଙ୍ଗା ବୁଡ଼ିଲା । ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧା ନିକଟ ଏହି ଘଟଣା ଘଟିଛି ।
ଡଙ୍ଗାରେ ପ୍ରାୟ ୫୦ ଜଣ ଥିଲେ। ସେମାନେ ବରଗଡ଼ ବାଞ୍ଜିପାଲିରୁ ଯାଉଥିଲେ। ଡଙ୍ଗାରେ ଥିବା ୪୦ରୁ ଅଧିକ ଲୋକଙ୍କୁ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ। ଡଙ୍ଗାରେ ଅନେକ ମହିଳା ଓ ଛୁଆ ଥିଲେ। ମୃତକ ଜଣେ ମହିଳା। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।