ଜେଲ ଗଲା ଅଭିଯୁକ୍ତ; ଧରିବାକୁ ମାନସିକ କରିଥିଲା ପୁଲିସ

ଚେନ ଲୁଟରୁ ମହିଳାଙ୍କ ମୃତୁ୍ୟ ମାମଲା
ଭୁବନେଶ୍ୱର,୨୭ା୧୧ : ଚେନ୍ ଲୁଟ୍ରୁ ମହିଳାଙ୍କ ମୃତୁ୍ୟ ମାମଲା । ଜେଲ ଗଲା ଝାରଖଣ୍ଡି ଅଭିଯୁକ୍ତ । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହରିରାଜପୁର ସୋମନାଥ ମନ୍ଦିର ନିକଟରେ ଜଣେ ମହିଳାଙ୍କ ବେକରୁ ଚେନ ଲୁଟ କରିବା ସମୟରେ ଗାଡ଼ିରୁ ପଡ଼ି ତାଙ୍କର ମୃତୁ୍ୟ ହୋଇଥିଲା । ଏହି ଘଟଣାର ୧୨ ଦିନପରେ ଘଟଣା ଉପରୁ ପରଦା ଉଠାଇବାରେ ସଫଳ ହୋଇଥିଲା ଭୁବନେଶ୍ୱର ଅର୍ବାନ ପୁଲିସ । ଏଥିସହ ମହିଳାଙ୍କ ବେକରୁ ଚେନ ଲୁଟ କରିଥିବା ଅଭିଯୁକ୍ତକୁ ଝାଡ଼ଖଣ୍ଡର ଜାମସେଦପୁର ଅଞ୍ଚଳରୁ ଗିରଫ କରିଥିବା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ଗତ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଗିରଫ ଚେନ ଲୁଟେରା ଜଣଙ୍କ ହେଉଛି ଝାଡ଼ଖଣ୍ଡ ଇଷ୍ଟସିଂଭୂମି ଜିଲ୍ଲାର ଭ୍ରୁମା ମାଇନ୍ସ ଥାନା ଅଞ୍ଚଳରେ ରହୁଥିବା ରାଜୁ ନାଇଡ଼ୁ ଓରଫ ଜିଙ୍ଗୁରୁ (୨୬) । ଗିରଫ ଜିଙ୍ଗୁର ସହ ଘଟଣା ଦିନ ବାଇକ ଚଳାଉଥିବା ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଚିହ୍ନଟ କରିଥିବା ଏବଂ ଖୁବଶୀଘ୍ର ତାକୁ ମଧ୍ୟ ଗିରଫ କରାଯିବ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି । ଏପରିକି ଘଟଣାରେ ବ୍ୟବହୃତ ହୋଇଥିବା ସ୍ପିଡ଼ ବାଇକ ମଧ୍ୟ ଚିହ୍ନଟ ହୋଇଛି ।
 ସୂଚନା ଯୋଗ୍ୟଯେ,  ନଭେମ୍ବର ୧୧ ତାରିଖ ଦିନ ଧଉଳି ଅଞ୍ଚଳରେ ରହୁଥିବା ୟୁ ବିଭୁ ପାତ୍ର ତାଙ୍କ ସ୍ୱାମୀଙ୍କ ସହ ହରିରାଜପୁର ସ୍ଥିତ ସୋମନାଥ ମନ୍ଦିରକୁ ଯାଉଥିବା ବେଳେ, ଦୁଇଜଣ ଦୁବୃର୍ତ୍ତ ଏକ ପଲସର ବାଇକରେ ଆସି ୟୁ ବିଭୁ ପାତ୍ରଙ୍କ ଚେନ ଲୁଟ କରିବାକୁ ଉଦ୍ୟମ କରିଥିଲେ । ଫଳରେ ଚଳନ୍ତା ସ୍କୁଟିରେ ବସିଥିବା ୟୁ ବିଭୁ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରବର୍ତ୍ତୀ ସମୟରେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ୟୁ ବିଭୁଙ୍କର ମୃତୁ୍ୟ ହୋଇଥିଲା । ଯାହାକୁ ନେଇ ପୁଲିସ ତତ୍ପରତା ଦେଖାଇଥିଲା ।