ଅଂଶୁମାନ ଓ ଧ୍ରୁବଙ୍କ ଶକ୍ତି ପ୍ରଦର୍ଶନ
ପଟ୍ଟାମୁଣ୍ଡାଇ: ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମର୍ଯ୍ୟାଦା ଜନକ କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଭାବେ ଟାଣୁଆ ଯୁବନେତା ଅଂଶୁମାନ ମହାନ୍ତି । ରାଜନଗର ବିଧାନସଭା ଆସନର ପ୍ରାର୍ଥୀ ଭାବେ ବିଧାୟକ ଧ୍ରୁବ ସାହୁଙ୍କ ନାମ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ଉଭୟ ଅଂଶୁମାନ ଓ ଧ୍ରୁବ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଧାୟକ ପ୍ରତାପ ଜେନାଙ୍କ ସହିତ ମଙ୍ଗଳବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇରେ ନିର୍ବାଚନ ପ୍ର·ର ଆରମ୍ଭ କରିଛନ୍ତି । ପଟ୍ଟାମୁଣ୍ଡାଇ ବିଜୁ ପଟ୍ଟନାୟକ ଛକରୁ ନିର୍ବାଚନ ପ୍ର·ର ଆରମ୍ଭ ହୋଇଛି । ବିଜୁଙ୍କ ପ୍ରତିମୂର୍ତ୍ତିରେ ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସମେତ ଧ୍ରୁବ ଓ ଅଂଶୁମାନ ମାଲ୍ୟାର୍ପଣ କରିଥିଲେ । ପର୍ଯ୍ୟବେକ୍ଷକ ଶ୍ରୀ ଜେନା ବିଜୁବାବୁ ଅମରରହେ, ନଳିନୀ ବାବୁ ଅମରରହେ ନାରା ଦେଇଥିଲେ । ଏହା ପରେ ଧ୍ରୁବ ଓ ଅଂଶୁମାନ ପରସ୍ପର ନାଁରେ ଉଭୟ ଜିନ୍ଦବାଦ ପକାଇ କର୍ମୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ । ବିଭିନ୍ନ ଦେବା ଦେବୀ ଦର୍ଶନ ପାଇଁ ପଟ୍ଟାମୁଣ୍ଡାଇ ଅଞ୍ଚଳକୁ ଆସିଥିଲେ ବୋଲି ପୂର୍ବରୁ ଦଳପକ୍ଷରୁ କୁହାଯାଇଥିଲା । ସମ୍ପ୍ରତି ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ କର୍ମ ଭୂମି ତଥା ଅଣକଂଗ୍ରେସ ରାଜନୀତିର ଅଭେଦ୍ୟ ଦୂର୍ଗ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ କରି ପଟ୍ଟାମୁଣ୍ଡାଇ ଅଞ୍ଚଳ ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି । ତେବେ ମଙ୍ଗଳବାର ସନ୍ଧ୍ୟାରେ ଦିଅଁ ଦର୍ଶନ ନାଁ ରେ ଧ୍ରୁବ ଓ ଅଂଶୁମାନ ଶକ୍ତି ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରତାପ ଜେନା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଆରତ ରଞ୍ଜନ ବିଶ୍ୱାଳ ସହିତ ଧ୍ରୁବ ଓ ଅଂଶୁମାନ ପଟ୍ଟାମୁଣ୍ଡାଇ ବାଇପାସ ବିଜୁ ପଟ୍ଟନାୟକ ଛକ ଠାରେ ପହଞ୍ଚିବା ପରେ ଖୋର୍ଦ୍ଧା ବିଜେଡି ପର୍ଯ୍ୟବେକ୍ଷକ ମିଟୁ ଦାଶ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ଜିଲ୍ଲା ଯୁବବିଜେଡି ସମ୍ପାଦକ ଅଶୋକ ଧଳ, ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ଯଦୁମଣି ଦାଶ, ପ୍ରଦୀପ ପ୍ରଧାନ,ନିମାଇ କର,ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ଅବିନାଶ ଲେଙ୍କା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାଉତ, ସନାତନ ବିଶ୍ୱାଳ ,ବ୍ରଜବନ୍ଧୁ ଦାଶ, କାଉନସିଲର ଗୋପୀବଲ୍ଲଭ ନାୟକ ଓ ମଳୟ ଓଝା, ବ୍ଲକ ବିଜେଡି ଉପସଭାପତି ସୁବାଷ ଦାଶ ଓ ସୁରେନ୍ଦ୍ର ପଣ୍ଡା ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ସମର୍ଥକ ଓ ଜନସାଧାରଣ ବାଜା ବାଣ ସହ ପୁଷ୍ପ ଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରତାପ ଜେନାଙ୍କ ସହିତ ଧ୍ରୁବ ଓ ଅଂଶୁମାନ ବାଇପାସ ବିଜୁ ପଟନାୟକ ଛକରେ ଥିବା ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଆମ୍ବେଦକର ଛକରେ ଥିବା ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ଏକ ଶୋଭାଯାତ୍ରାରେ ବେଲତଳ ସିଦ୍ଧ ଭୋଳିବାବା ମଠରେ ଦିଅଁ ଦର୍ଶନ କରିଥିଲେ । ପୋଖରୀଆପଡା ପତିତପାବନ ମନ୍ଦିରରେ ପରି·ଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ ସମ୍ପାଦକ ନରହରି ଲେଙ୍କା ଓ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଭବ୍ୟ ସ୍ୱାଗତ କରିବା ପରେ ନେତୃମଣ୍ଡଳୀ ପତିତପାବନଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ସେହିପରି ପୋଖରୀଆପଡା ହରପାର୍ବତୀ ମନ୍ଦିରରେ ମୁଖ୍ୟ ପୂଜକ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ପ୍ରତାପ, ଧ୍ରୁବ ଓ ଅଂଶୁମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଦ୍ୱୟ ପ୍ରଭୁ ହରପାର୍ବତୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହା ପରେ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ଠାରେ ବଣିକ ସଂଘ ସଭାପତି ଗୋପୀନାଥ କର, ଉପସଭାପତି ମୋହନ ଦାସ, ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ ଓ ଉପଦେଷ୍ଟା କିରଣ କୁମାର ଭୂୟାଁ ଭବ୍ୟ ସ୍ୱାଗତ କରିଥିଲେ । ଏଠାରେ ପ୍ରଭୁ ଶ୍ରୀରାମ, ହନୁମାନଜୀଉ ଓ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଶେଷରେ ତନୁପୁର ଗ୍ରାମର ବିଭିନ୍ନ ଦେବଦେବୀ ମନ୍ଦିର, ବାଲିପଡ଼ା ହନୁମାନ ମନ୍ଦିର ଓ କଷଣଅଣ୍ଟା ଲକ୍ଷେଶ୍ୱର ମହାଦେବ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ତେବେ ମୋଟାମୋଟି ଭାବେ ଦିଅଁ ଦର୍ଶନ ନାଁ ଅଂଶୁମାନ ଓଧ୍ରୁବଶକ୍ତି ପ୍ରଦର୍ଶନ କରିଛନ୍ତି । ଅଂଶୁମାନ ଓ ଧ୍ରୁବଙ୍କ ମିଳିତ ବିଶାଳ ଶୋଭାଯାତ୍ରା ପରେ ପଟ୍ଟାମୁଣ୍ଡାଇର ରାଜନୈତିକ ବାତାବରଣ ସରଗରମ ହୋଇପଡିଛି ।