ଆଉ ୯ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ନବୀନ

ଆଉ ୯ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ନବୀନ


ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି  । ଆଜି ୯ଟି ବିଧାନସଭା ଓ ବାଲେଶ୍ୱର ଲୋକସଭା ଆସନ ପାଇଁ ନବୀନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି  । ବାଲେଶ୍ୱର ଲୋକସଭା ଆସନ ପାଇଁ ଲେଖାଶ୍ରୀ ସାମନ୍ତସିଂହରାୟଙ୍କୁ ଟିକେଟ ମିଳିଛି  । ୫ ବିଧାୟକଙ୍କୁ ଟିକେଟ ମିଳିଥିବାବେଳେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ପନôୀଙ୍କୁ ଟିକେଟ ମିଳିଛି  ।
ଲକ୍ଷ୍ମୀପୁରରୁ ପୁଣିଥରେ ପ୍ରଭୁ ଜାନିଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି  । ସେହିପରି ଗତଥର ବରଗଡ଼ରୁ ଲୋକସଭା ନିର୍ବାଚନ ଲଢ଼ିଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ସମ୍ବଲପୁର ବିଧାନସଭା ପାଇଁ ପ୍ରାର୍ଥୀ କରିଛି  । ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଟିକେଟ କଟିଯାଇଥିଲେବି ତାଙ୍କ ପନôୀ ଗୀତାଞ୍ଜଳି ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିବ  । ରେଢ଼ାଖୋଲରେ ପୁଣିଥରେ ରୋହିତ ପୂଜାରୀଙ୍କ ଉପରେ ଭରସା କରିଛନ୍ତି ନବୀନ  । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଉପରେ ବି ବିଜେଡ଼ି ଆସ୍ଥା ରଖି ଟିକେଟ ଦେଇଛି  ।
ସବୁଠାରୁ ବଡ଼ କଥାହେଉଛି, ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ପାଇଁ ପୁଣିଥରେ ଅନନ୍ତ ନାରାୟଣ ଜେନାଙ୍କୁ ସୁଯୋଗ ମିଳିଛି  । ଅନନ୍ତଙ୍କ ବିରୋଧରେ ଗତ ମାସେ ଧରି ଅନ୍ୟ ଆଶାୟୀମାନେ ଆନେ୍ଦାଳନ କରି ଆସୁଥିଲେ  । ଏନେଇ ନବୀନ ନିବାସ ଓ ଶଙ୍ଖ ଭବନରେ ବି ଘନଘନ ବୈଠକ ବସୁଥିଲା  । ଯେଉଁଥିପାଇଁ ଭୁବନେଶ୍ୱର ମଧ୍ୟ ଅଙ୍କ ତୁଟି ପାରୁନଥିଲା  । ଅନନ୍ତଙ୍କ ଟିକେଟ କଟିବ ବୋଲି ଚର୍ଚ୍ଚା ହେଉଥିଲେବି ଶେଷରେ ସେ ନିଜ ରଣନୀତିରେ ସଫଳ ହୋଇଛନ୍ତି  ।