ହରିୟାଣାରେ ବିଜେପି ହାରିବ, ବାଣ ଫୁଟାଇବ ବିଜେଡ଼ି
haryana exit poll

ଭୁବନେଶ୍ୱର : ଇଣ୍ଡିଆ ଟିଭିର ଆକଳନ ଅନୁଯାୟୀ, ହରିୟାଣାରେ କଂଗ୍ରେସ ସରକାର ଗଢ଼ିବ । କଂଗ୍ରେସକୁ ୪୪ରୁ ୫୪ ଆସନ ମିଳିବ । ଯେତେବେଳେକି ବିଜେପିକୁ ୧୯ରୁ ୨୯ ଆସନ ମଧ୍ୟରେ ସନ୍ତୁଷ୍ଟ ରହିବାକୁ ପଡ଼ିବ । ଅନ୍ୟ ଦଳଗୁଡ଼ିକୁ ୫ରୁ ୧୬ ଆସନ ମିଳିବାର ସମ୍ଭାବନା ରହିଛି ।
ମାଟ୍ରିଜ୍ର ଆକଳନ ଅନୁଯାୟୀ, ବିଜେପିକୁ ହରିୟାଣାରେ ୧୮ରୁ ୨୪ ଆସନ ମିଳିବାର ଥିବାବେଳେ କଂଗ୍ରେସକୁ ୫୫ରୁ ୬୨ ଆସନ ମିଳିବ ବୋଲି ଆକଳନ କରାଯାଇଛି । ଅପରପକ୍ଷରେ ଆଇଏନଏଲଡ଼ିକୁ ୩ରୁ ୬ ଆସନ ମିଳିବାର ଥିବାବେଳେ ଜେଜେପିକୁ ୩ଟି ଆସନ ମିଳିବ । ଅନ୍ୟଙ୍କୁ ୨ରୁ ୫ ଆସନ ମିଳିବାର ସମ୍ଭାବନା ରହିଛି ।
ପିପୁଲସ ପଲସର ଏକଜିଟ ପୋଲ ଅନୁଯାୟୀ ଏକ ଦଶନ୍ଧି ପରେ ହରିୟାଣାରେ କଂଗ୍ରେସ ଶାସନ କ୍ଷମତାକୁ ଫେରିବ । ବିଜେପିକୁ ୨୦ରୁ ୩୨ ଆସନ ମିଳିବାର ଥିବାବେଳେ କଂଗ୍ରେସକୁ ୪୯ରୁ ୬୧ ଆସନ, ଜେଜେପିକୁ ୧ ଆସନ, ଆଇଏନଏଲଡ଼ିକୁ ୨ରୁ ୩ ଆସନ ମିଳିବ ବୋଲି ଆକଳନ କରାଯାଇଛି ।
ହରିୟାଣାରେ କଂଗ୍ରେସ ସରକାର : ଧ୍ରୁବ ରିସର୍ଚ୍ଚ
ଭୁବନେଶ୍ୱର : ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ୍ କରିବ । କଂଗ୍ରେସକୁ ୫୦ରୁ ୬୪ ଆସନ ମିଳିବାର ସମ୍ଭାବନା ରହିଛି । ଯେତେବେଳେକି ବିଜେପିକୁ ୨୨ରୁ ୩୨ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ ।
ହରିୟାଣାରେ ସରକାର ଗଢ଼ିବ ବିଜେପି : ରିପ୍ଳବିକ ଟିଭି
ଭୁବନେଶ୍ୱର : ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ୍ କରିବ । ରିପ୍ଳବିକ ଟିଭି ଏଭଳି ଆକଳନ କରିଛି । ହରିୟାଣାର ୯୦ ଆସନ ମଧ୍ୟରୁ ବିଜେପି ୬୨ ଆସନ ପାଇବ । ସେହିପରି କଂଗ୍ରେସକୁ ୧୮ରୁ ୨୪ ଆସନ ମିଳିବ ବୋଲି ଆକଳନ କରାଯାଇଛି । ଏହାଛଡ଼ା ଜେଜେପି ୩ଟି ଓ ଅନ୍ୟମାନେ ୨ରୁ ୫ ଆସନ ପାଇବେ ବୋଲି ରିପ୍ଳବିକ ଟିଭି ଆକଳନ କରିଛି ।