ସମାଜ ସଂସ୍କାରକ ଗୌତମ ବୁଦ୍ଧ


ଦିଲ୍ଲୀପ କୁମାର ଦାସ: ଯେଉଁ କତିପୟ ସମାଜ ସଂସ୍କାରକ ଏ ପୃଥିବୀ ପୃଷ୍ଠରେ ଜନ୍ମ ନେଇ ସମାଜର ପରିବର୍ତ୍ତନ ପାଇଁ ସେବା, ତ୍ୟାଗ ଦେଇ ନିଜକୁ ଉସôର୍ଗ କରିଥିଲେ ସେମାନଙ୍କ ମଧ୍ୟରୁ ରାଜକୁମାର ସିଦ୍ଧାର୍ଥ ଅନ୍ୟତମ । ପାର୍ଥôବ ସୁଖ ସ୍ୱାଛାନ୍ଦ୍ୟକୁ ତୁଛମଣି ରାଜ୍ୟ, ସୁନ୍ଦରୀ ସ୍ତ୍ରୀ, ରାଜ ସୁଖ ଇତ୍ୟାଦିକୁ ପାଦରେ ଦଳି ଦେଇ ସନ୍ୟାସୀ ବ୍ରତକୁ ନିଜର ଲକ୍ଷ ଭାବେ ଗ୍ରହଣ କରି ଏସିଆର ଆଲୋକ ଭାବରେ ନିଜକୁ ପ୍ରତିପାଦିତ କରି ଯୁଗପଥ ଅଲିଭା ସ୍ୱାକ୍ଷର ହୋଇ ରହିଲେ ସେ ସମାଜ ସଂସ୍କାରକ ମହାନ ବିଜ୍ଞାନୀ ଗୌତମ ବୁଦ୍ଧ । ମାନବ ଦେହ ନେଇ ଧରା ପୃଷ୍ଠକୁ ଆସିଥିବା ମହା ମାନବ ଥିଲେ ଗୌତମବୁଦ୍ଧ । ବୁଦ୍ଧଙ୍କ ତତ୍ତ୍ୱ ଓ ଦର୍ଶନ ଗଭୀର ଏବଂ ଅନୁଭୂତି ସମ୍ପନ୍ନ ଥିଲେ ମଧ୍ୟ ଏହା ସରଳ ଯୁକ୍ତିଯୁକ୍ତ ଏବଂ ବୈଜ୍ଞାନିକ । ବୁଦ୍ଧଦେବ ଅବାନ୍ତର, ଅଯୌକ୍ତିକ ଏବଂ ଅପ୍ରେମମୟ କଥା ବସ୍ତୁକୁ ଆଲୋଚନା ପରିସରକୁ ନେଇ ସମୟ ନଷ୍ଟ କରିବାକୁ ଆଦୌ ପସନ୍ଦ କରୁ ନଥିଲେ । 
     ମଣିଷ ଜନ୍ମ ଦୁର୍ଲ୍ଲଭ,  ସୁଖ ଶାନ୍ତିରେ ମଣିଷ କିପରି ଏ ସଂସାରରେ ବଂଚିପାରିବ ସେହି କଥା ଉପରେ ତାଙ୍କ ଦର୍ଶନ ପର୍ଯ୍ୟବସିତ । ଅତି ପିଲାଟି ବେଳୁ ଚିନ୍ତାମଗ୍ନ ଗୌତମ ମଣିଷର ଚାରିଟା ଅବସ୍ଥାକୁ ଦେଖି ସଂସାରର ଦୁଃଖ, ଶୋକ, ଯନ୍ତ୍ରଣା ତାଙ୍କୁ ବାଧ୍ୟ ଏବଂ ବ୍ୟଥିତ କରିଥିଲା । ଏହାର ନିରାକରଣର ବାଟ ବାହାର କରିବାକୁ ସେ ପ୍ରଥମେ ଅନୁଭବ କରିଥିଲେ ଯେ ମଣିଷ ମଧ୍ୟରେ ଥିବା କାମନା ଓ ବାସନା ତାର ଦୁଃଖର କାରଣ ।  କାମନାର ବିନାଶରେ ଦୁଃଖର ବିନାଶ । ଆବଶ୍ୟକତା ଠାରୁ ଅତ୍ୟଧିକ ଇଚ୍ଛା କରିବା ହିଁ ଭୁଲ୍ ଏବଂ ପାପ । ଅତ୍ୟଧିକ ଆଶା କରି ବିଫଳ ହେବାରୁ ଦୁଃଖ ଯାତ ହୁଏ ।  ମଣିଷ ଚାହୁଁଥିବା ଜିନିଷ ପ୍ରାପ୍ତ ନ ହେଲେ ଦୁଃଖ ଆସେ ପରନ୍ତୁ ଆବଶ୍ୟକତା ନ ଥିବା ଦ୍ରବ୍ୟ ମିଳିଲେ ତାହା ମଧ୍ୟ ଦୁଃଖ ଦେଇଥାଏ ।  
ଏଠାରେ ଈଶ୍ୱର ଓ ସ୍ୱର୍ଗ, ପୂଜା ଓ ଯଜ୍ଞର ଆବଶ୍ୟକତାର ପ୍ରଶ୍ନ ଉଠେ ନାହିଁ । ମଣିଷର ମନରେ ସୁଖ ଓ ଦୁଃଖ ଥାଏ, ଏହା ମଣିଷର ମାନସିକ ଅବସ୍ଥାର କଥା । ନିଜର ମନକୁ ଆୟତ ଭିତରେ ରଖି ପାରିଲେ ସୁଖ ଓ ଶାନ୍ତି ଅନୁଭବନୀୟ । ଅଜଥା ପୂଜା, ପାଠ, ହୋମ, ଯଜ୍ଞ ଓ କର୍ମକାଣ୍ଡ ବ୍ୟବସ୍ଥାର ପ୍ରୟୋଜନ ପଡେନି । ଯେତବେଳେ ସମାଜ ମନୁବାଦୀଙ୍କ କବ୍ଚାରେ ଥିଲା, କର୍ମକାଣ୍ଡର ପ୍ରଭାବ ବିସ୍ତାର କରିଥିଲା, ବ୍ରାହ୍ମଣବାଦର ଈଶ୍ୱର ନାମରେ ବିଭିନ୍ନ ମୂର୍ତ୍ତି ପୂଜା ଓ କର୍ମକାଣ୍ଡର କୁସଂସ୍କାର, ଅନ୍ଧବିଶ୍ୱାସ ଓ କୁପରମ୍ପରା ପ୍ରତିଫଳିତ ହେଉଥିଲା କୋଣେ ଅନୁକୋଣେ, ଯେତେବେଳେ ·ରି ବର୍ଣ୍ଣ ବ୍ୟବସ୍ଥା ସମାଜରେ ସକ୍ରିୟ ଥିଲା । ଭଗବାନ ବୁୁଦ୍ଧ ଥିଲେ ଏହାର ପ୍ରତିବାଦୀ । ଏପରି ଏକ ସଙ୍କଟମୟ ପରିସ୍ଥିତି ମଧ୍ୟରେ ଭାରତବର୍ଷର ସମାଜ ·ଲିଥିବା ବେଳେ  ଗୌତମଙ୍କର ଜନ୍ମ ହୋଇଥିଲା ଲୁମ୍ବିନର ରାଜ ପରିବାରରେ । 
    ଶାନ୍ତି ମୈତ୍ରୀ, କରୁଣା ଓ ପ୍ରେମର ଫଲ୍ଗୁରେ ଏହି ମଣିଷର ଦୁର୍ଲଭ ଜୀବନ ଆନନ୍ଦ ଦାୟକ ଓ ପ୍ରେମମୟ ପାଇଁ ସେ ଚିନ୍ତା କଲେ । ସମାଜର ସମାନତା ଆଣିବାକୁ ଗୌତମଙ୍କ ଚିନ୍ତାଶୀଳ ଭାବନାଯୁକ୍ତ ନୈରାଶ୍ୟ ଭାବକୁ ଦେଖି ରାଜ ପରିବାର ବ୍ୟଥିତ ହୋଇଥିଲେ । ପାତ୍ର ମନ୍ତ୍ରୀ ବିଦ୍ୟାନ ବିଦ୍ୱଶୀ, ଜ୍ୟୋତିଷ୍ ଇତ୍ୟାଦି ତଥା କଥିତ ପଣ୍ଡିତମାନଙ୍କ ପରାମର୍ଶ କ୍ରମେ ଗୌତମଙ୍କ ବିବାହ ଅନୁଷ୍ଠିତ ହୋଇଥିଲା  ସୁନ୍ଦରୀ ଯଶୋଧାରାଙ୍କ ସହ ।  କିନ୍ତୁ ସବୁ ଆଶା ବୃଥା ଆସ୍ଫଳନାରେ ପରିଣତ ହୋଇଥିଲା । ଜ୍ଞାନ ପିପାଶୁ ମନ ସାଂସାରିକ ବନ୍ଧନ, ଏଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟ, ରାଜସୁଖକୁ ପଛରେ ପକାଇ ସ୍ତ୍ରୀ ପୁତ୍ର ରାହୁଳକୁ ରାଜବାଟିରେ ଛାଡି ଘନ ଘୋର ଅନ୍ଧକାର ରାତ୍ରୀରେ ସେ ଚାଲିଲେ ସତ୍ୟ ଅନ୍ୱେଷଣରେ । ନିରଞ୍ଜନା ନଦୀ ତଟରେ ବିରାଟ ବୋଧିଦ୍ରୁମ ମୂଳରେ ଧ୍ୟାନରେ ବସି ପଡିଲେ, ଦିନ ପରେ ଦିନ ଗଡ଼ÿି ଚାଲିଲା, ବିଚୁ୍ୟତ ହେଲେ ନାହିଁ ସାଧନାରୁ, ହଠାତ୍ ଏକ ଦିବ୍ୟ ଆଲୋକରେ ଶିହରିତ ହେଲେ । ସେ ନୂତନ ଜ୍ଞାନର ଅନୁଭବି ହେଲେ ଦିବ୍ୟ ଭାବନା ତାଙ୍କୁ ରୋମାଂଚିତ କଲା  ।  ଚେତନାର ବିକାଶ ଘଟିଲା । ସେ ଜ୍ଞାନପ୍ରାପ୍ତି ହେଲେ  । ପ୍ରଜ୍ଞା ତାଙ୍କ ଭିତରେ ପ୍ରକଟିତ ହେଲା । ସେ ହେଲେ ଜ୍ଞାନୀ, ସେ ହେଲେ ବୁଦ୍ଧ, ସେ ହେଲେ ପ୍ରାଜ୍ଞ , ବୁଦ୍ଧତ୍ୱ ପ୍ରାପ୍ତି ପରେ ହଠାତ୍ ଆବିସ୍କାର କରିଥିଲେ ଦୁଇ ବଣିକ ଯୁବକ ତପସ୍ୱ ଓ ଭଲ୍ଲୁକଙ୍କୁ ଯିଏ ଗୌତମଙ୍କ କ୍ଷୁଦାର୍ଥ ପ୍ରାଣରେ ଭରିଥିଲେ ଖାଦ୍ୟ । କଥିତ ଅଛି ଏହି ଦୁଇ ଯୁବକ ଓଡ଼ିଶାର ବଣିକ ଥିଲେ । ଗୌତମ ପ୍ରଥମେ ଏହି ବଣିକଙ୍କୁ ଗ୍ରହଣ କରିଥିଲେ ଶିଷ୍ୟ ରୂପରେ, ପ୍ରାପ୍ତ ଜ୍ଞାନ ବାଂଟିଥିଲେ ।  ମୁକ୍ତିର ବାଟ ବତାଇଥିଲେ । ବୁଦ୍ଧଙ୍କର ମହାନ ବାଣୀ “କାମନାର ବିନାଶରେ  ଦୁଃଖର ବିନାଶ” ·ରି ଆଡେ ପ୍ର·ର ଆରମ୍ଭ କଲେ ।        ଗୌତମ ବୁଦ୍ଧ ଅନୁଭବ କଲେ ତଥା କଥିତ ମନୁବାଦୀ ସମାଜରେ ଅତ୍ୟା·ର ସ୍ୱେଚ୍ଛା·ର, ସ୍ୱାର୍ଥ ସମ୍ବଳିତ ଧର୍ମର ବିଲୋପ କରି ଶାଶ୍ୱତ ସୁଖ ମାର୍ଗର ଦ୍ୱାର ଉନ୍ମୁକ୍ତ କରିବାକୁ ପଡିବ । ତାଙ୍କର ଜ୍ଞାନ ସମ୍ପୂର୍ଣ୍ଣଭାବେ କୁସଂସ୍କାର ମୁକ୍ତ, ପ୍ରବୁଦ୍ଧ ଲୋଭଶୂନ୍ୟ । ଯାହାଙ୍କର ଶିକ୍ଷା ଏ ପୃଥିବୀ ପୃଷ୍ଠରେ ଚିରନ୍ତନ ସତ୍ୟ ଓ ଜ୍ଞାନର ଆଲୋକରେ ଆଲୋକିତ କରିପାରିବ । ମଣିଷ ଭିତରେ ଥିବା ଭାବଧାରା ଚିନ୍ତା  ଚେତନାରେ ଅନିତ୍ୟ କ୍ଷଣସ୍ଥାୟୀ ସୁଖର ଆନନ୍ଦକୁ ଦୂର କରିବାକୁ ହେଲେ ପରମ ଆନନ୍ଦ, ଶାନ୍ତି ପାଇବାକୁ ସତ୍ୟର ଅନୁଗାମୀ କରିବାକୁ ପଡିବ, ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ହେଲେ ପ୍ରେମ ଭ୍ରାତୃତ୍ୱଭାବ ଯାତ ହେଲେ ହିଂସା ଦ୍ୱେଷ, ପରଶ୍ରୀକାତରତା ଦୂର କଲେ ଶାନ୍ତି ପ୍ରତିଷ୍ଠା ହେବ । ମଣିଷ ବାସ୍ତବ ସୁଖ ଅନୁଭବ କରିବ, ଏଥି ପାଇଁ ସେ ଅଷ୍ଟାଙ୍ଗମାର୍ଗ ପ୍ର·ର କଲେ, ସଂଘ ଗଠନ କଲେ, ସଙ୍ଘୀୟ ଭାବଧାରରେ ଶିଶୁମାନେ ଅଷ୍ଟାଙ୍ଗମାର୍ଗ ପ୍ର·ର ଓ ପ୍ରସାର କରିବାକୁ ଲାଗିଲେ । ବୌଦ୍ଧଧର୍ମ ଏକ ଧର୍ମ ନୁହେଁ, ଏହା ଏକ ମହାନ ସାମାଜିକ ସିଦ୍ଧାନ୍ତ । ଯାହାର ପ୍ରଜ୍ଞା, କରୁଣା ସମତା ମୂଳମନ୍ତ୍ର , ଏଥିରେ ଉଚ୍ଚ, ନୀଚ, ଜାତି, ବର୍ଣ୍ଣ ଭେଦଭାବ କିଛି ନାହିଁ । ସମଗ୍ର ବିଶ୍ୱ ଗୋଟିଏ ଜାତି, ତାହା ହେଲା ମାନବଜାତି , ଏହା ଏକ ପରିବାର ।  ବୁଦ୍ଧ କେବେ ନିଜକୁ ଈଶ୍ୱର କହି ନାହାନ୍ତି କି ଈଶ୍ୱର ସଜାଇ ପୂଜା କରିବାର ପ୍ରଶ୍ନ ତାଙ୍କ ବାଣୀରେ ନାହିଁ । ସାଧାରଣ ମଣିଷ ସମାଜରେ ବଂଚିବାର ସାମାଜିକ ଅଧିକାର ଏବଂ ସାମାଜିକ ମୂଲ୍ୟବୋଧର ଜ୍ଞାନଦାତା ଥିଲେ ଗୌତମ ବୁଦ୍ଧ । ବିଶ୍ୱକୁ ତାଙ୍କର ବାର୍ତ୍ତା ଦିପ୍ତୀମୟ କରିଥିଲା । ତାଙ୍କ ଅହିଂସାର ବାଣୀ ମନ ଛୁଇଁଥିଲା ଭାରତ ବର୍ଷର ବହୁ ମହିମାମୟ ବ୍ୟକ୍ତିତ୍ୱଙ୍କୁ ସେ ଜାତିର ଜନକ ମହାତ୍ମା ଗାନ୍ଧୀ ହୁଅନ୍ତୁ ବା ସମ୍ବିଧାନ ପ୍ରତିଷ୍ଠାତା ଡା. ଆମ୍ବେଦକର  । 
ମନ ମଧ୍ୟରେ ବିସ୍ମୟ ସୃଷ୍ଟି କରୁଥିବା ଶବ୍ଦଟିଏ ଅହିଂସା- ଯାହା ହୃଦୟଙ୍ଗମ ନକଲେ ବୁଝି ହୁଏନା, ସତ୍ୟ ସନାତନ, ଚିରନ୍ତନ ଓ ଶାଶ୍ୱତ ଭଳି କିଛି ଶବ୍ଦ ତାଙ୍କ ଦର୍ଶନକୁ ବଳିଷ୍ଠ କରିଛି । ଶତ୍ରୁକୁ ଶତ୍ରୁପଣରେ ଦୂରେଇ ଦେଇ ହୁଏନା, ଏଥିପାଇଁ ସ୍ନେହ ପ୍ରେମରେ ମନକିଣାଯାଏ । ଶତ୍ରୁକୁ ଜିଣିବାକୁ ହେଲେ ହୃଦୟକୁ ଜୟ କରିବାକୁ ପଡିବ । ଯୁଦ୍ଧ ବଳ କି ହତ୍ୟାରେ ଶତ୍ରୁକୁ ଜିତି ହୁଏନି, ଗୋଟିଏ ଶତ୍ରୁର ମୃତୁ୍ୟ ପରେ ପୁଣି ତା ବଂଶରୁ ଶତ୍ରୁ ଯାତ ହେବା କିଛି ନୂଆ କଥା ନୁହେଁ । କୋମଳ ହୃଦୟ, ସହନଶୀଳ, ସ୍ନେହ ପ୍ରେମର ଆଧାରରେ ଶତ୍ରୁ ଦୂର ହୁଏ । ଅହିଂସା ପରମ ଧର୍ମ, ଯେଉଁ କଥା ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା । ଯେଉଁ କଥା କେଇପଦ ଅଙ୍ଗୁଳିମାଳର ହାତରୁ ଖଣ୍ଡା ଖସାଇ ତାକୁ ଭିକ୍ଷୁଣୀ କରି ପାରିଥିଲେ ଏବଂ ସେହି ଅଙ୍ଗୁଳମାଳ ସମ୍ଭ୍ରମତାର ସହ ଗୌତମ ବୁଦ୍ଧଙ୍କୁ ମୃତୁ୍ୟ ପର୍ଯ୍ୟନ୍ତ ଗୁରୁଭାବେ ଗ୍ରହଣ କରିଥିଲା ।  କପଟଶୂନ୍ୟ ମଣିଷ ତା’ର ଖୋଲା ହୃଦୟର ପ୍ରେମ ଭଲ ପାଇବାରେ ପି୍ରୟଭାଜନ ହୋଇଥାଏ । ଗୌତମ ବୁଦ୍ଧଙ୍କର ଦର୍ଶନ ବାସ୍ତବତା ଉପରେ ପର୍ଯ୍ୟବସିତ ସତ୍ୟ ଓ ଶାଶ୍ୱତ । ଯେଉଁଠି ମିଥ୍ୟା, ଶୋଷଣ, ଅନ୍ୟାୟ, ଅତ୍ୟା·ର, କାମନା, ବାସନା, ହିଂସା, କପଟତା ନରହିବ ସେହି ହେବ ସ୍ୱର୍ଗ ।  ସତ୍ୟ ଓ ପ୍ରେମ ବଳରେ ଗୌତମ ବୁଦ୍ଧ ସମୟ ମାନବ ଜଗତକୁ ଜ୍ଞାନ ଦେଇ ଜିଣିପାରିବାରେ ସକ୍ଷମ ହୋଇପାରିଥିଲେ । ଜିବେ ଦୟା ରଖିବାକୁ ପରାମର୍ଶ ଦେଉଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ମଣିଷ ନିଜର କ୍ଷଣସ୍ଥାୟୀ ସୁଖ ପାଇଁ ହତ୍ୟା, ଲୁଣ୍ଠନ, ବ୍ୟଭି·ର କରି କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି ପରବର୍ତ୍ତୀ ସମୟରେ ସେ ଶାନ୍ତି ପାଇଁ ନିଜ ଈଶ୍ୱରଙ୍କୁ ଖୋଜୁଛି । କିନ୍ତୁ ମରୀଚିକା ପଛେ ଧାଇଁ ଚାଲିଲା ପରେ ନିରାଶ ହେଉଛି ।  ଯେଉଁଠି ନିଜର ସୁଖ ନିଜ ହାତରେ କେହି ଠାକୁର, ମହାକାଳ, ଧର୍ମ ଦେଇପାରିବେ ନାହିଁ । ସୁଖ, ଶାନ୍ତି ପାଇବା ପାଇଁ ମନର ଭାବ ବଦଳାଇବାକୁ ପଡିବ । କ୍ଷଣସ୍ଥାୟୀରୁ ଶାଶ୍ୱତ ଭାବକୁ ଆସିବାକୁ ପଡିବ । ଅନିତ୍ୟରୁ ନିତ୍ୟକୁ ଆସିବାକୁ ପଡିବ । ହିଂସାରୁ ଅହିଂସାର ବାଟ ଧରିବାକୁ ପଡିବ । ନିଜର ଅହଂଭାବ ମୁଁ ବଡ଼, ମୁଁ ଜ୍ଞାନୀ, ମୁଁ ଧନୀ , ମୁଁ ମାନୀ  ଏବଂ ମୁଁ ଉଚ୍ଚ କୁଳରେ ଜାତ, ଏ ଭାବନା ଦୂର ନହେବା ପର୍ଯ୍ୟନ୍ତ ମାନସିକ ଦୁଃଖ ଯନ୍ତ୍ରଣା କଷ୍ଟରେ ପଡି ଯମଯନ୍ତ୍ରଣା ଭୋଗିବା ସାର ହୁଏ ।ନିର୍ବାଣ ବା ଏଥିରୁ ମୁକ୍ତିପାଇଁ ଶାନ୍ତି, ମୈତ୍ରୀ, କରୁଣା, ସହନଶୀଳତା, ଆତ୍ମ ବି·ର ଆବଶ୍ୟକତାକୁ ଏଡାଇ ଦିଆଯାଇପାରେନା । ଆଜିର ସମାଜ ଅଶାନ୍ତିର ଦାବାନାଳରେ ଜର୍ଜରିତ । ଅନ୍ୟାୟ, ଅତ୍ୟା·ର, ବ୍ୟଭି·ର, ହତ୍ୟା, ଲୁଣ୍ଠନରେ  ଅଶାନ୍ତ ପରିବେଶ । ମଣିଷ ହା ହା କାର କରୁଛି, ଶାନ୍ତି ଖୋଜୁଛି । ଗୌତମ ବୁଦ୍ଧଙ୍କ ବାଣୀ ଏ ସମାଜର ପରିବର୍ତ୍ତନ ପାଇଁ ପ୍ର·ର କରାଯିବାର ଆବଶ୍ୟକତା ଅଛି ।  ବୁଦ୍ଧଙ୍କ ଦର୍ଶନ ପ୍ରଚାର ପାଇଁ ତକôାଳୀନ ରାଜାଙ୍କ ପୃଷ୍ଠପୋଷକତାରେ ୬ଷ୍ଠ ଓ ୭ମ ଶତାବ୍ଦୀରେ ଅନେକ ବିହାର, ସ୍ତୂପ, ଗମ୍ବୁଜ, ଓଡ଼ିଶାର ବିଭିନ୍ନ ଜାଗାରେ ଗଢ଼ିଉଠିଥିଲା । ଅବିଭକ୍ତ କଟକ ଜିଲ୍ଳାର ରତ୍ନଗିରି, ଲଳିତଗିରି, ଉଦୟଗିରି ଲାଙ୍ଗୁଡିକୁ ନେଇ ପୁଷ୍ପଗିରି ବିଶ୍ୱ ବିଦ୍ୟାଳୟ ମୁଣ୍ଡ ଟେକିଥିଲା । ସହସ୍ର ସହସ୍ର ଜ୍ଞାନ ପିପାସୁ ଦେଶ ବିଦେଶରୁ ଏହି ସ୍ଥାନମାନଙ୍କୁ ଆସି ବୁଦ୍ଧଙ୍କ ଦର୍ଶନ ଅଧ୍ୟୟନ କରୁଥିଲେ । ଆଜି ଏହା ଇତିହାସ ହୋଇଯାଇଛି । ଭଗ୍ନ, ବିହାର ସ୍ତୁପ ଗମ୍ବୁଜ ମୂକସାଖି ହୋଇ ଦଣ୍ଡାୟମାନ ହୋଇଛି । ଏହା ଅବକ୍ଷୟ ମୁଖୀ, ଓଡ଼ିଶାର ବୌଦ୍ଧ କୀର୍ତ୍ତିମାନ ଅନ୍ୟ ସ୍ଥାନମାନଙ୍କରେ ହଜି ଯାଇଥିଲେ ମଧ୍ୟ ରତ୍ନଗିରିର ବିରାଟ ଆକର୍ଷଣୀୟ ବିହାର, ସ୍ତୁପ  ଓ ଚୈତ ବିଭିନ୍ନ ଆକୃତିର ବୁଦ୍ଧଙ୍କ ମୂର୍ତ୍ତି କହିଥାଏ – ବୁଦ୍ଧଂ ଶରଣଂ ଗଚ୍ଛାମି,  ସଂଘମ୍ ଶରଣଂ ଗଚ୍ଛାମି, ଧମମ୍ ଶରଣଂ ଗଚ୍ଛାମି  । ଏହି ପବିତ୍ର ପ୍ରାଚୀନ ସ୍ମାରକୀ ପୀଠରେ ବୌଦ୍ଧ ପାଠାଗାରର ଆବଶ୍ୟକତା ସମସ୍ତେ ଉପଲବ୍ଧ କଲେଣି । ଏଥିପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ଗୁରୁତ୍ୱ ଦେଲେ ବୁଦ୍ଧ ଦେବଙ୍କର ଦର୍ଶନ ପୁଣି ପ୍ରଚାର ପ୍ରସାର ହେବା ସହ ପ୍ରାଚୀନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ସ୍ମାରକ ଅଭୁଲା ରହିବ । ସେମିନାର ଓ ଆଲୋଚନା ଚକ୍ର କରାଯାଇ ବୁଦ୍ଧ ବାଣୀ ପ୍ରଚାର କରାଗଲେ ଅଶାନ୍ତ ମନରେ ପ୍ରାଣ ସଂଚାର କରାଯାଇପାରନ୍ତା ।  ଆଜକୁ ପ୍ରାୟ ୨୬୪୯ବର୍ଷ ପୂର୍ବେ ଆଜିର ଏହି ବୈଶାଖ ପୂର୍ଣ୍ଣିମାରେ ଏହି ପୂର୍ଣ୍ଣିମା ପୁରୁଷ ଗୌତମ ବୁଦ୍ଧ ଜନ୍ମ ନେଇଥିଲେ  । ସେହି ବୈଶାଖ ପୂର୍ଣ୍ଣିମାରେ ଜ୍ଞାନପ୍ରାପ୍ତି ହୋଇଥିଲେ ଏବଂ ବୈଶାଖ ପୂର୍ଣ୍ଣିମାରେ ଏ ସଂସାରରୁ ଦେହତ୍ୟାଗ କରିଥିଲେ । ସେ ପୂର୍ଣ୍ଣିମା ପୁରୁଷ, ସେ ଏସିଆର ଆଲୋକ । ଆଜି ତାଙ୍କ ଜନ୍ମତିଥିରେ ତାଙ୍କୁ ସ୍ମରୁଛୁ ଓ ପ୍ରଣତି ବାଢ଼ୁଛୁ ।
ରତ୍ନଗିରି, ବରୀ , ଯାଜପୁର
ମୋ: ୯୯୩୭୯୬୦୬୦୪