ରାଜ୍ୟପାଳଙ୍କ ଠାରୁ ସମ୍ମାନିତ ହେଲେ ଛାତ୍ରଛାତ୍ରୀ

ସାରସକଣା : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ ତରଫରୁ ଗତ ଡ଼ିସେମ୍ବର ମାସରେ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କୋବ ବୁଲବୁଲ ଉତ୍ସବ ୨୦୨୩ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ରାଜ୍ୟସ୍ତରୀୟ ଶିବିରରେ ଓଡ଼ିଶାର ୧୫ ଜିଲ୍ଲାରୁ କୋବ ଓ ବୁଲବୁଲ ବିଭାଗ ଗ୍ରହଣ କରିଥିବା ୬୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଦେଇଥିଲେ । ସେହିପରି ମୟୂରଭଞ୍ଜ ଜିଲ୍ଲା ତରଫରୁ ଝାରପୋଖରୀଆ ସ୍ଥିତ ଓଡ଼ିଶା ବ୍ରିଗେଡ ସ୍କୁଲରୁ ୧୪ ଜଣ ଛାତ୍ରଛାତ୍ରୀ ଏହି ଶିବିରରେ ଭାଗ ନେଇଥିଲେ । ଏହି ଶିବିରାର୍ଥିମାନଙ୍କ ମଧ୍ୟରୁ ରାଜ୍ୟପାଳ ପୁରସ୍କାର ନିମନ୍ତେ ଅନୁଷ୍ଠିତ ପରୀକ୍ଷାରେ ତିନିଜଣ ଛାତ୍ର ଶ୍ରିନନ୍ଦନ ଘୋଷ, ଅସିତ ପରିଡ଼ା, ଅମ୍ବିକେଶ ପାଢ଼ୀ ଓ ୩ ଜଣ ଛାତ୍ରୀ ଦୀପ୍ତି ସ୍ମିତା ନାଏକ, ପ୍ରୀୟଂଶି ମହାନ୍ତ, ପ୍ରତ୍ୟୁଷା ପ୍ରୀୟଂଶୀ ସେନାପତି ଅଂଶ ଗ୍ରହଣ କରି କୃତକାର୍ଯ୍ୟ ହେଇଥିଲେ । ଉକ୍ତ ୬ ଜଣ କୃତ୍ତି ଛାତ୍ରଛାତ୍ରୀଙ୍କୁ ମଙ୍ଗଳବାର ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରଯାଇଛି । ୬ଜଣଙ୍କ ମଧ୍ୟରୁ ଚତୁର୍ଥ ଶ୍ରେଣୀ ଛାତ୍ର ଶ୍ରିନନ୍ଦନ ଘୋଷ ଓ ବୁଲବୁଲ ପ୍ରତ୍ୟୁଷା ପ୍ରିୟଂଶୀ ସେନାପତି ରାଜଭବନରେ ରାଜ୍ୟପାଳଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିଲେ । ମୁଖ୍ୟ ପରି·ଳକ ହୃଷୀକେଶ ଜେନାଙ୍କ ସହିତ ଶିକ୍ଷୟିତ୍ରୀ ମାଧୁରୀ ରାଜ ଏହି ଅବସରରେ ଉପସ୍ଥିତ ରହିଥିଲେ । ତେବେ ଓଡ଼ିଶା ବ୍ରିଗେଡ ସ୍କୁଲର ଏହି ସଫଳତା ପାଇଁ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହିତ ଛାତ୍ରଛାତ୍ରୀଙ୍କ ଓ ଅଭିଭାବକ ମହଲରେ ଉତ୍ସାହ ଦେଖାଯାଇଥିଲା ।