ରାଜ୍ୟର ବିକାଶ ସହିତ ସାମର୍ଥ ରହିଲେ ଦେଶର ନିୟତି ବିକଶିତ ହେବ: ରାଜ୍ୟପାଳ

ରାଜ୍ୟର ବିକାଶ ସହିତ ସାମର୍ଥ ରହିଲେ ଦେଶର ନିୟତି ବିକଶିତ ହେବ: ରାଜ୍ୟପାଳ

 ସମ୍ବଲପୁର : ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୩ତମ ସମାବର୍ତ୍ତନ ଉସôବ ଜ୍ୟୋତିବିହାର ସ୍ତିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ କହିଲେ ଯେ ଆମର ଦାର୍ଶନିକ ମାନଙ୍କ ସମୃଦ୍ଧ ପରମ୍ପରା ଏବଂ ପ୍ରାଚୀନ ଜ୍ଞାନକୁ ଜ୍ଞାନରେ ରଖି ଜାତୀୟ ଶୀକ୍ଷା ନିତି ପ୍ରସ୍ତୁତ କରାଯାଇଛି । ଶିକ୍ଷାର ଉଦ୍ୟୋଶ୍ୟ ସମ୍ପୁର୍ଣ୍ଣ ମାନବ କ୍ଷମତା ହାସଲ ଯାହାକି ଶିକ୍ଷାନିତିରେ ପ୍ରତିଫଳିତ ହୋଇଛି । ଏକ ସମତା ପୁର୍ଣ୍ଣ ଏବଂ ଭାବପୁର୍ଣ୍ଣ ସମାଜର ବିକାଶ ତଥା ରାଷ୍ଟ୍ରୀୟ ବିକାଶକୁ ଉସôାହିତ କରିବ । ଏହାର ଉଦ୍ୟୋଶ୍ୟ ଯୁବ ପ୍ରତିଭାର ଓ ସମ୍ବଳର ସର୍ବାଧିକ ଉପଯୋଗ ଏବଂ ନିଜର ସାସ୍କୃତିକ ପରମ୍ପରା ସହିତ ଭାରତକୁ ବିଶ୍ୱ ବୈଷୟିକ ଅର୍ଥ ବ୍ୟବସ୍ତାର ସର୍ବାଗ୍ରେ ପହଞ୍ଚାଇବା । ଆଜିର ଯୁବକ ଏକବିଂଶ ଶତାବ୍ଦିର ଯୁବକ ଯାହାଙ୍କୁ ନିଜର ନିୟତି ନିଜେ ହିଁ ତିଆରି କରିବାକୁ ହେବ । ରାଜ୍ୟର ବିକାଶ ସହିତ ନିଜର ନିୟତି ଗଢ଼ିବାର ସାମର୍ଥ୍ୟ ବିକଶିତ କଲେ ଦେଶରେ ନିୟତି ମଧ୍ୟ ନିର୍ମିତ ହେବ । ସମୟ ଓ ପ୍ରବାହ କାହାକୁ ଅପେକ୍ଷା କରେ ନାହିଁ । ଛାତ୍ର ଜୀବନର ପ୍ରବୃତି ଆଜୀବନ ରହିଥାଏ । ଏଥିପାଇଁ ଛାତ୍ର ଓ ଛାତ୍ରୀ ମାନଙ୍କୁ ଅଧ୍ୟୟନ ସମୟରୁ ହିଁ ଅନୁଶାସନକୁ ଅନୁସରଣ କରିବା ଦରକାର । ଏହି ଶତାବ୍ଦିରେ ସମାଜ ଜ୍ଞାନ ଆଧାରିତ ହେବ ଯେଉଁ ଦେଶ ପାଖରେ ଜ୍ଞାନର ପୁି ଥିବ ସେହି ଦେଶ ପ୍ରଗତି କରିପାରିବ । କମ୍ପୁ୍ୟଟର ଯୁଗରେ ଭାରତର ଯୁବକ ମାନଙ୍କ ମଧ୍ୟରେ ଅନ୍ୟ ଦେଶ ତୁଳନାରେ ବିଶିଷ୍ଟତା ରହିଛି । ଏଣୁ ଜ୍ଞାନର ପରମ୍ପରାକୁ ଚିହ୍ନଟ କରି ଯୁବ ସମାଜ ନିଜର ଶକ୍ତିର ସ୍ରୋତ ନିର୍ମାଣ କରନ୍ତୁୁ । ସ୍ୱାମୀ ବିବେକାନନ୍ଦ ଯୁବ ସମାଜକୁ ଉଦବୋଧନ ଦେଇ ଅନନ୍ତ ଶକ୍ତି ଆପଣଙ୍କ ଅନ୍ତରରେ ରହିଛି, ଆପଣ କିଛି ମଧ୍ୟ କରିପାରିବେ ଏଥିରେ ବିଶ୍ୱାସ କରିବାକୁ ହେବ । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଶିକ୍ଷା ମନ୍ତ୍ରଣାଳୟ ସହିତ ମିଶି ୟୁଜିସି ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱୟମ ଡ଼ିଜିଟାଲ ଶିକ୍ଷା ପ୍ଲାଟଫର୍ମରେ ସଫଳତା ହାସଲ ଖୁସିର ବିଷୟ ବୋଲି ରାଜ୍ୟପାଳ କହିଥିଲେ । ମୁଖ୍ୟବକ୍ତା ତଥା ଓଡ଼ିଶା କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର କୁଳପତି ଚକ୍ରଧର ତ୍ରିପାଠୀ କହିଲେ ଯେ, ଅର୍ଥର ପ୍ରାଚୁର୍ଯ୍ୟ ଏବଂ ଉକôର୍ଷ ଚରମ ଲକ୍ଷ ହାସଲ ସମୟରେ ମନୁଷ୍ୟତାର ମୁଲ୍ୟକୁ ଭୁଲି ଯୁବା ଉଚିତ ନୁହେଁ । ପ୍ରତିଭା ଓ ସମ୍ପଦର ଅଧିକାରୀ ମନୁଷ୍ୟତାର ପଦବାଚ୍ୟ । ଉପାଧି ଓ ଉପଲବ୍ଧି ମହାକୋଶ ମନୁଷ୍ୟତା ବିନା ମହାପାଶ ହୋଇପାରେ । ମନୁଷ୍ୟତ୍ୱର ପରୀକ୍ଷାରେ ପୁର୍ଣ୍ଣ କୃତକାର୍ଯ୍ୟ ହେଲେ ସମାବର୍ତ୍ତନର ପ୍ରକୃତ ଅର୍ଥ ଚରିତାର୍ଥ ହେବ । ଶିକ୍ଷାଲାଭ ସମୟର ମୁଲ୍ୟବାନ ମୁହୁର୍ତ୍ତ ଭବିଷ୍ୟତରେ ଜୀବନ ସମ୍ବନ୍ଧରେ ପ୍ରସ୍ତୁତ ହେବାରେ ସହାୟକ ହୁଏ । ଜୀବନର ପରିଧି ଓ ବିବିଧତା ଯଥେଷ୍ଟ ବିଶାଲ ଓ ବିବିଧ ହାସଲ କରିଥିବା ଶିକ୍ଷା, ଗବେଷଣା ଓ ବିତାଇ ଥିବା ଜୀଭନର ମହତ୍ୱ ଯେତେ ଅଧିକ ଉପଲବ୍ଧି ହେବ ସେତେ ବସମିଚୀନ । ଜୀବନରେ ସଫଳତା ନିମନ୍ତେ ଧୈର୍ଯ୍ୟ, ପବିତ୍ରତା ଓ ନିରନ୍ତରତା ଏବଂ ସର୍ବୋପରି ପ୍ରେମ ବଲି ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତି ପ୍ରଣୀଧାନ ଯୋଗ୍ୟ ବୋଲି ମୁଖ୍ୟବକ୍ତା ପ୍ରଫେସର ତ୍ରିପାଠୀ କହିଥିଲେ । ସେ ଆହୁରି ମଧ୍ୟ କହିଲେ ଯେ ଭୌତିକ ପ୍ରବୃତି କେବଳ ଆମର ଲକ୍ଷ ହେବା ଉଚିତ ନୁହେଁ । ସ୍ୱାର୍ଥପରତା, ପରଶ୍ରୀ କାତରତା, ଅନୁଦାରତା, ପ୍ରକୃତିର ଦହନ, ପ୍ରତିହିଂସା ପରାୟଣତା ସାମାଜିକ ସୌହାର୍ଦ୍ଦ୍ୟ ଦିଗରେ ବପତ୍ତି ଜନକ ହୋଇଥିବାରୁ ଶାନ୍ତି ବିନା ସଫଳତାର ମୁଲ୍ୟ ଓ ଅର୍ଥ ନିରର୍ଥକ ବୋଲି ସେ କହିଥିଲେ । 
ଉସôବର ସମ୍ମାନିତ ଅତିଥି  ଭୁବନେଶ୍ୱର ସିଏସଆଇଆର-ଆଇଏମଏମଟିର ନିଦେ୍ର୍ଦଶକ ଡ ରାମାନୁଜ ନାରାୟଣ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ ୨୦୪୭ ସୁଦ୍ଧା ଜୀବନକୁ ନୁଆ ଦାୟିତ୍ୱ ବୋଧ ଓ ଉଦ୍ୟମିତାରେ ଖାପ ଖୁଆଇ ସୁନାଗରିକ ହେବାର ଏବଂ ବିକଶିତ ଭାରତ ହେବାର ଉଦ୍ୟମରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ଭବିଷ୍ୟତରେ ଛାତ୍ରଛାତ୍ରୀ ମାନେ ଯାହା ମଧ୍ୟ କରିବେ ହୃଦୟର ଅନ୍ତରରୁ ପ୍ରତିଫଳିତ କରିବାକୁ ହେବ । ଜର୍ଜ ବର୍ଣ୍ଣାଡ ସ, ରତନ ଟାଟା, ଷ୍ଟିଭ୍ ଜବଙ୍କ ଭଳି କୃତି ସନ୍ତାନଙ୍କ ଉକ୍ତିକୁ ଆଧାର କରି ପଗ୍ରଫେସର ନାରାୟଣ କହିଲେ ଯେ ନିଜର ହୃଦୟ ଏବଂ ଅର୍ନ୍ତରାତ୍ମାକୁ ଅନୁସରଣ କରିବାର ସାହାସ ଆବଶ୍ୟକ । ସକଳ୍ପ ବଦ୍ଧତା ମାଧ୍ୟମରେ ଭବିଷ୍ୟତର ରାସ୍ତା ସୁଗମ ହେବ । ପ୍ରାକୃତିକ ସମ୍ପଦରେ ସମୃଦ୍ଧ ଓଡ଼ିଶା ଦେଶର ଅନ୍ୟତମ ପାୱାର ହାଉସ ଦେଶର ଅଭିବୃଦ୍ଧିରେ ଓଡ଼ିଶାର ଅବଦାନ ଗୌରବର ବିଷୟ । ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ ନିଯୁକ୍ତି ଦାତା ହେବା ପାଇଁ ଆପଣମାନଙ୍କ ସକାଶେ ବ୍ୟାପକ ସୁଯୋଗ ରଖିଛି । ଷ୍ଟାଟ-ଅଫ୍ ଏବଂ ଷ୍ଟାଣ୍ଡ ଅଫ୍ ଇଣ୍ଡିଆ ଓ ମେକ ଇନ ଇଣ୍ଡିଆ ଅସୀମିତ ସୁଯୋଗ ରହିଛି । ବିଶେଷକରି ବିଜ୍ଞାନ ସ୍ନାତକ ମାନେ ନାନୋ ମେଟେରିଏଲ କ୍ଷେତ୍ରରେ ଗବେଷଣା ଉନ୍ମେଶ କରିପାରିବେ । ନିଜ ଭିତେର ବିଶ୍ୱାସ ରଖି ଉସôୁକ ମନସ୍ତତ୍ୱ ସହିତ ନୁତନ ଉପାୟ ଆହରଣ କଲେ ଏବଂ ଅସଫଳତାକୁ ନ ଡ଼ରି ନିଜର ଓ ଦେଶର ବିକାଶ କରିପାରିବେ ବୋଲି ପ୍ରଫେସର ନାରାୟଣ ଛାତ୍ରଛାତ୍ରୀ ମାନଙ୍କ ଉପରେ ଭରସା ଜାହିର କରିଥିଲେ । ସଭାରେ ଉପସ୍ତିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୁଷଣ ମିଶ୍ର ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ନୁତନ ଶିକ୍ଷାନିତି ଅଧାରରେ ନୁତନ ବିଷୟକୁ ସାମିଲ କରିବା, ଗବେଷଣାକୁ ଅଗ୍ରାଧିକାର ପ୍ରଦାନ ସହିତ ମାନବିୟ ଏବଂ ମୌଳିକ ମୁଲ୍ୟବୋଧକୁ ଗୁରୁତ୍ୱ ଦିଆଯାଉଛି । ଟି-ଲାର୍ଣ୍ଣିଙ୍ଗକୁ ସ୍ୱଚ୍ଛଳ ବର୍ଗଙ୍କ ପାଖରେ ସିମୀତ ନ ରଖି ବିଶ୍ୱବିଦ୍ୟାଳୟ ଏହାକୁ ସାର୍ବଜନିନ କରିବା ସହିତ ପାଠାଗାରର ବ୍ୱାଇଫାଇ ଜରିଆରେ ଇ-ଲାଇବ୍ରେରୀ, ଡ଼ିଜିଟାଲି କରଣ ଜ୍ଞାନର ସ୍ରୋତକୁ ଆହୁରୀ ପ୍ରଶସ୍ଥ କରିଛି ବୋଲି ପ୍ରଫେସର ମିଶ୍ର କହିଥିଲେ । ସମାବର୍ତ୍ତନ ମଞ୍ଚରେ ବିଶ୍ୱବିଦ୍ୟାଳୟର ଉପାଧ୍ୟୁ୍ୟତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ଦାସ, ଭିମସାର ନିଦେ୍ର୍ଦଶକ ଭାବଗ୍ରାହୀ ରଥ, ଭିସୁଟର କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କ ସମେତ ସିଣ୍ଡିକେଟର ସଭ୍ୟ ସଭ୍ୟାମାନେ ଉପସ୍ତିତ ଥିଲେ । ଶେଷରେ କୁଳସଚିବ ଡ ନୃପରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ୨୧ଟି ପ୍ରୟୋଜିତ ସ୍ୱର୍ଣ୍ଣପଦକ, ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ, ଡ଼ି ଡ଼ିଲିଟ, ପିଏଚଡ଼ି ଏବଂ ଅନ୍ୟାନ୍ୟ ଡ଼ିଗ୍ରୀ ସହିତ ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଦ୍ୱନ୍ଦି ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା  ।