ସ୍ୱାଭାବିକ ହେଲା ଚଳାଚଳ
ବ୍ରହ୍ମବରଦା : ରବିବାର ସନ୍ଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ରହ୍ମବରଦା ମାଛ ମାର୍କେଟ ନିକଟରେ ଥିବା ବହୁ ପୁରୁଣା ବରଗଛ ଉପୁଡ଼ି ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲା । ଅବରୋଧ ହଟାଇବାକୁ ବନବିଭାଗ ଓ ଅଗ୍ନିଶମ ବିଭାଗର ସହାୟତା ନିଆଯାଇଥିଲା । ବୈରି ବନାଞ୍ଚଳ ଅଧିକାରୀ ହିମାଂଶୁ ପୃଷ୍ଟିଙ୍କ ନିଦେ୍ର୍ଦଶ କ୍ରମେ ଯାଜପୁର ରୋଡ କର୍ପୋରେରେସନ ବିଭାଗର ସୁପର ଭାଇଜର ହିଜବୁଲ ରହେମାନ ଓ ତାଙ୍କ ସହଯୋଗୀ ମାନଙ୍କ ସମେତ ବରୁଆଁ ଅଗ୍ନିଶମ ବିଭାଗ ଓ ଆଇସି ରବିନ୍ଦ୍ର କେତନ ସାହୁ ତାଙ୍କ ସହଯୋଗୀ ଉଭୟ ପହଞ୍ଚି ଉକ୍ତ ବରଗଛକୁ କାଟି ରାସ୍ତାରୁ ହଟାଇଥିଲେ । ଉଭୟ ବିଭାଗର ଅଧିକାରୀ ସକାଳ ୬ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଦୀର୍ଘ ୯ ଘଣ୍ଟା ଧରି ଅବିଶ୍ରାନ୍ତ ପରିଶ୍ରମ ଫଳରେ ଉକ୍ତ ଗଛକୁ କାଟି ରାସ୍ତାରୁ ସଫା କରିବା ଦିଗରେ ସଫଳ ହୋଇଥିଲେ । ଏହି କ୍ରମରେ ବ୍ରହ୍ମବରଦା ଥାନା ଆଇଆଇସି ଦେବାଶିଷ ସତପଥୀଙ୍କ ତତ୍ୱାବଧାନରେ ତାଙ୍କ ସହଯୋଗୀ, ବଳରାମ ସାହୁ, ଲମ୍ବୋଦର ପୃଷ୍ଟି ଓ ହେମନ୍ତ ଜେନା ଆଦି ଉପସ୍ଥିତ ରହି ଲୋକ ମାନଙ୍କ ସୁରକ୍ଷା ଓ ନିରାପତା ଦାୟିତ୍ୱ ସମ୍ଭାଳି ଥିବା ବେଳେ ବ୍ରହ୍ମବରଦା ବିଦୁ୍ୟତ୍ ବିଭାଗର କନିଷ୍ଠ ପରିଚାଳକ ଯନ୍ତ୍ରୀ ଅଶୋକ କୁମାର ସାହୁ, ମେଣ୍ଟେନାନ୍ସ ସୁପର ଭାଇଜର ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଏଥିରେ ସହଯୋଗ କରିଥିଲେ ।