ପୁଲିସକୁ ନାଲି ଆଖି ଦେଖାଉଛି ଡକାୟତ
ପାଣିକୋଇଲି: ପଣ୍ଡା ଅଳଙ୍କାର ଦୋକାନରୁ ଲୁଟି ଚମ୍ପଟ ମାରିବା ବେଳେ ଦୁଇଜଣଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାର ବହୁଖିଅକୁ ଧରି ପୁଲିସ ତଦନ୍ତକୁ ଆଗକୁ ବଢାଇଛି । ଜିଲା ପୁଲିସ ହେଡ଼କ୍ୱାଟରରେ ଦିନଦ୍ୱିପ୍ରହରରେ ଘଟିଥିବା ଘଟଣାକୁ ଗୁରୁତର ସହ ନେଇଥିବା ପୁଲିସ ଫେରାର ଡ଼କାୟତଙ୍କ ସନ୍ଧାନରେ ଲାଗିିଛି । ଗଠିତ ଟିମରୁ ବଛାବଛା ପୁଲିିସ ଅଧିକାରୀ ରାଜ୍ୟ ବାହାରକୁ ଯାଇଥିବା ବେଳେ ଅନ୍ୟମାନେ ରାଜ୍ୟ ଭିତରେ ଘଟଣାର ଖିଅ ଖୋଜୁଛନ୍ତି । ପାଣିକୋଇଲି ଥାନା ଏବଂ ଏସପି ଦପ୍ତର ଠାରୁ କେଇଶହ ମିଟର ଦୂରରେ ଘଟିଥିବା ଅଭାବନୀୟ ଘଟଣାକୁ କିନ୍ତୁ ସାଧାରଣ ଜନତା ସହଜରେ ହଜମ କରିପାରୁ ନାହାନ୍ତି । ଅକାଳରେ ଦୁଇଜଣଙ୍କ ଜୀବନ ଗୁଳିମୁହଁରେ ଯିବା ଘଟଣାକୁୂ ଲୋକେ ଭୁଲି ପାରୁ ନାହାନ୍ତି । ଏଣୁ ଗିରଫ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିସôିତ ହେଉଥିବା