ନୂତନ ଜିଲ୍ଲା ବିଜେପି ସଭାନେତ୍ରୀଙ୍କୁ ସମ୍ବର୍ଦ୍ଧନା

କୁଆଖିଆ: ଯାଜପୁର ଜିଲା ବିଜେପିର ନବ ନିର୍ବାଚିତ ଜିଲାସଭାନେତ୍ରୀଙ୍କୁ ଜିଲା ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ପୂର୍ବତନ ଜିଲା ସଭାପତି ଗୈାତମ ରାୟଙ୍କ ଅଧ୍ୟକ୍ଷତାରେ କୁଆଖିଆ ବଜାର ବିଜୁ ଗ୍ରାମୀଣ ବଜାରରେ ଆୟୋଜିତ ସଭାରେ କ୍ରିଡା ଓ ଉଚ୍ଚ ଶିକ୍ଷା,ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, କୋରେଇ ବିଧାୟକ ଆକାଶ ଦାସ ନାୟକ, ବଡଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା , ବିଞ୍ଝାରପୁର ବିଜେପି ନେତ୍ରୀ ବବିତା ମଲିକ୍, ପୂର୍ବତନ ବିଧାୟିକା ସଂଚିତା ମହାନ୍ତି ଯୋଗଦେଇ ନବ ନିର୍ବାଚିତ ସଭାନେତ୍ରୀ ଦେବଜାନୀ ପ୍ରଦାନଙ୍କୁ ଉତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରି ଆଗାମୀ ଦିନରେ ନୂତନ ସଭାନେତ୍ରୀଙ୍କ ନେତୃତ୍ୱ ଜିଲ୍ଲା ବିଜେପିକୁ ଆଗକୁ ନେବ ବୋଲି ଆଶାବ୍ୟକ୍ତ କରିଥିଲେ । ଏଥିସହିତ ଜିଲାର ୪୧ ଜଣ ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତାଙ୍କୁ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବରୀ ବିଜେପି ନେତା ଉମେଶ  ଜେନା ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଦଳର ତରବରିଆ କାର୍ଯ୍ୟକ୍ରମ ହେତୁ ଅନେକ ପୁରୁଣା ବିଜେପି କର୍ମୀ ସୂଚନା ନଜାଣି ପାରି ସଭାକୁ ଆସି ପାରିନଥିଲେ । ଏହାକୁ ନେଇ ଯେଉଁମାନେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ଦେଖା ଦେଇଥିବା ଜଣାପଡିଛି ।