ବନ୍ଦ ହୋଇଯିବ ପୁରାତନ ସରକାରୀ ପ୍ରେସ୍


ାା ପ୍ରଭାନୁ୍ୟଜ୍ ।ା ବଲାଙ୍ଗୀର: ବଲାଙ୍ଗିର ନାଗରିକ କମିଟିର ସଂପାଦକ ମଧୁସୁଦନ ନାୟକଙ୍କ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନର ନରେନ୍ଦ୍ର କବାଟ, ଦେବାଳୟ ସୁରକ୍ଷା କମିଟିର ପ୍ରଶାନ୍ତ ମହାକୁର, ଯୁବ କୁଲତା ସମାଜର ରିଙ୍କୁ ସାହୁ, ଶମ୍ଭୁ ଶତପଥି, ଜୟକୃଷ୍ଣ ମିଶ୍ର ସର୍ବ ପୁରାତନ ପାଟଣା ଶାସନର ଦୋଳଗଞ୍ଜନ ପ୍ରେସ ସୁରକ୍ଷା ପାଇଁ ବିଭାଗ ସହିତ ଆଲୋଚନା କରିଥିଲେ । ବିଭାଗର ବସନ୍ତ ବେହେରା ଇନ·ର୍ଜ ସହ ବିଭିନ୍ନ ଆଲୋଚନା କରିଥିବାବେଳେ ଉପମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ଗସ୍ତ ସମୟରେ ଦାବି ଉପସ୍ଥାପନ କରିବେ । ଏ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଦାବି ଉପସ୍ଥାପନ କରିବେ ବୋଲି କମିଟି ନିଷ୍ପତ୍ତି ନେଇଛି ।
ଅବହେଳିତ ଅବସ୍ଥାରେ ରାଜା ଅମଳର ଛାପାଖାନା । ବଲାଙ୍ଗିରର ଦଳଗଞ୍ଜନ ମୁଦ୍ରଣ କେନ୍ଦ୍ର ବା ପ୍ରେସ ଏବେ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି । ଦିନେ ସରକାର ଓ ଲୋକଙ୍କୁ ସେବା ଦେଉଥିବା ଏହି ପ୍ରେସ ଏବେ ଇତିହାସ ପାଲଟି ଯିବାକୁ ବସିଛି । ଜିଲ୍ଲାରେ କଳାକାରଖାନା ନ ଥିବା ବେଳେ ଯାହା କିଛି ଥିଲା ତାହା ଧୀରେ ଧୀରେ ବନ୍ଦ ହେବାରେ ଲାଗିଛି । ସରକାରଙ୍କ ଆନ୍ତରିକତା ଅଭାବରୁ ଏଭଳି ଘଟୁଥିବାର ଘଟୁଥିବାର ଅଭିଯୋଗ ହୋଇଆସୁଛି । ଏହି ପ୍ରେସ ଜିଲ୍ଲାର ଗୋ÷÷ରବ ଆଣିଥିଲା । ହେଲେ ଏବେ ଏହି ପ୍ରେସ ଘୋର ଅବହେଳିତ ଅବସ୍ଥାରେ ଅଛି । ଏଠାକାର ସବୁ କୋଠା ଘର ଭୁଷୁଡି ପଡିଥିବା ବେଳେ ଏହା ଏବେ ଭୂତକୋଠି ପାଲଟିଛି । ଅଳ୍ପ କେତେକ କର୍ମ·ରୀ ଅଛନ୍ତି ଓ ସେମାନେ ଅତି ବିପଦ ସଂକୁଳ ଅବସ୍ଥାରେ କାମ କରୁଛନ୍ତି  । ଓଡ଼ିଶା ସରକାର ଏବେ ଓଡିଶା ଅସ୍ମିତାକୁ ସୁରକ୍ଷା ଦେବା ପାଇଁ ବଜେଟ କହିଥିବାବେଳେ ସରକାରୀ ପ୍ରେସକୁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବି ହୋଇଛିି ।