ଦୁର୍ଘଟଣାରେ ଦୁଇ ଯୁବକ ମୃତ
ାା ପ୍ରଭାନୁ୍ୟଜ୍ ।ା କାଳିଆପାଣି,୧୦ା୬: ସୋମବାର ରାତିରେ ଖଣି ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତୁ୍ୟ ଘଟିଛି । ଦୁର୍ଘଟଣାଟି କାଳିଆପାଣି ଖଣି ଅଞ୍ଚଳ ରାଁଷୋଳ ପଞ୍ଚାୟତ ଅନ୍ତର୍ଗତ ମହୁଲଖାଲ ସ୍କୁଲ ନିକଟରେ ରାତି ୧୦ ଟାରେ ଘଟିଥିଲା । ଏକ ମାରୁତି ସୁଜୁକି ଆର୍ଟିଗା ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡିଥିଲା । ଦୁର୍ଘଟଣାରେ କାର ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଅନ୍ୟ ୩ ଜଣ ଲୋକଙ୍କ ଉପରକୁ କାରଟି ମାଡିଯିବାରୁ ଦୁଇ ଜଣଙ୍କର ଘଟଣା ସ୍ଥଳରେ ମୃତୁ୍ୟ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଦୁଇଜଣଙ୍କ ମଧ୍ୟରୁ ଜଣେ ମହୁଲ ଖାଲ ଗାଁର ସଞ୍ଜୟ ମହାନ୍ତ (ଡ଼େଡୁ ) ଓ ପଡୋଶୀ କାଦୁଅବନ୍ଦୀ ଗାଁର ବିଶ୍ୱନାଥ ମହାନ୍ତ (ବିଶୁ ) ହୋଇଥିବା ବେଳେ ଗୁରୁତର ରୋହିତ ମହାନ୍ତ ମହୁଲ ଖାଲ ଗାଁର ବୋଲି ଜଣାପଡିଛି । କାଳିଆପାଣି ପୁଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣା ଗ୍ରସ୍ଥ କାରଟିକୁ ଉଦ୍ଧାର କରିବା ସହିତ ଏସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ।