ବର୍ନଭିଟା।ହେଲ୍ଥ ଡ୍ରିଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ!

ବର୍ନଭିଟା।ହେଲ୍ଥ ଡ୍ରିଙ୍କ  ସ୍ୱାସ୍ଥ୍ୟ ପାଇଁ ଭଲ!

ବର୍ନଭିଟା। ହେଲ୍ଥ ଡ୍ରିଙ୍କ ଭାବେ ଏହାକୁ ଅନେକ ଲୋକେ ନିଜ ପିଲାଙ୍କୁ ଦିଅନ୍ତି। ଏହାକୁ ପିଇଲେ କୁଆଡେ ପିଲାଙ୍କ ଗ୍ରୋଥ ହୁଏ। ଅଧିକାଂଶ ଲୋକଙ୍କ ଧାରଣା ବର୍ନଭିଟା ପିଇଲେ ପିଲାଙ୍କ ଉଚ୍ଚତା ବଢ଼ିବ ଓ ଏହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ମଧ୍ୟ। ପିଲାଙ୍କ ହାଇଟ୍‌ ବା ଉଚ୍ଚତା ବଢ଼ାଇବା ପାଇଁ ଦାବି କରୁଥିବା ବର୍ନଭିଟା ଭଳି ଅନେକ ହେଲ୍ଥ ଡ୍ରିଙ୍କ୍ସ ମାର୍କେଟ ଓ ଇ-କମର୍ସ ଓ୍ୱେବସାଇଟ୍‌ରେ ଉପଲବ୍ଧ। ତେବେ ଏଭଳି କିଛି ହେଲ୍ଥ ଡ୍ରିଙ୍କ୍ସକୁ କେନ୍ଦ୍ର ସରକାରଙ୍କ ତରଫରୁ ମିଳିଛି ରେଡ୍‌ ସିଗ୍‌ନାଲ।

ପ୍ରକୃତରେ ଏବେ ବର୍ନଭିଟା ଭିଳ ସମସ୍ତ ଡ୍ରିଙ୍କ୍ସ ଆଉ ହେଲ୍ଥ ଡ୍ରିଙ୍କ୍ସ ନାଁରେ ବିକ୍ରି ହେବ ନାହିଁ। ଏହାକୁ ବଜାର ଓ ଇ-କମର୍ସ ସାଇଟ୍‌ରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ହେଲ୍ଥ ଡ୍ରିଙ୍କ୍ସକୁ ନେଇ ସମସ୍ତ ଇ-କମର୍ସ କମ୍ପାନୀଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଏକ ଆଡଭାଇଜରୀ ଜାରି ହୋଇଛି। ଏଥିରେ ବର୍ନଭିଟା ଓ ଅନ୍ୟ ବେଭରେଜଗୁଡିକୁ ହେଲ୍ଥ ଡ୍ରିଙ୍କ୍ସ କ୍ୟାଟେଗୋରୀରେ ରଖିବା ପାଇଁ ମନା କରାଯାଇଛି।

ସମସ୍ତ ଇ-କମର୍ସ କମ୍ପାନୀଗୁଡିକୁ ନିଜ ଓ୍ୱେବସାଇଟ୍‌ରୁ ବର୍ନଭିଟା ସମେତ ଅନ୍ୟ ଡ୍ରିଙ୍କ୍ସଗୁଡିକୁ ହେଲ୍ଥ ଡ୍ରିଙ୍କ୍ସ କ୍ୟାଟେଗୋରୀରୁ ହଟାଇବା ପାଇ ବାଣିଜ୍ୟ ଓ ବ୍ୟବସାୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।