ଦାନ୍ତରୁ ଜଣାପଡିବ ଆପଣ କେତେ ସୁସ୍ଥ?

ଜଏଣ୍ଟ ପେନ୍ ଥିଲେ ଜାଣନ୍ତସୁସ୍ଥ ହୃଦୟ : ସର୍ଭେ ଅନୁସାରେ ଦାନ୍ତମୂଳ ସଂକ୍ରମଣ ହେଉଥିଲେ ହୃଦୟ ସମ୍ବନ୍ଧୀୟ କିଛି ରୋଗ ହୋଇଥିବା ସୂଚନା ଦେଇଥାଏ । ଏହାଦ୍ୱାରା ହାର୍ଟ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ କିମ୍ବା ହୃଦୟଜନିତ କିଛି ବି ରୋଗର ଆଶଙ୍କା ବଢ଼ିଯାଇଥାଏ । ଯଦି କୌଣସି କାରଣ ନଥାଇ ଦାନ୍ତରୁ ରକ୍ତ ବାହାରୁଛି ବା ଦାନ୍ତ ଭାଙ୍ଗି ଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
ଲିଭର ସମସ୍ୟା: ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦାନ୍ତରେ ବ୍ୟାକ୍ଟେରିଆ କାରଣରୁ ଏହା ଲିଭର ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହା ବ୍ୟତୀତ କିଡନୀ ଖରାପ ହେଲେ ମଧ୍ୟ ପାଟି ଦୁର୍ଗନ୍ଧ ହୋଇଥାଏ ।
ପୋଷକ ତତ୍ତ୍ୱର ଅଭାବ : ଯଦି ଆପଣଙ୍କ ପାଟି ବାରମ୍ବାର ଶୁଖିଲା ଭଳି ଲାଗୁଛି କିମ୍ବା ଖଣ୍ଡିଆ ହୋଇ ଶୁଖୁନାହିଁ ଏହା ଆନେମିଆ ସମସ୍ୟା । ଏହି ଲକ୍ଷଣ ଶରୀରରେ ଭିଟାମିନ୍ ବି -୧୨ ହ୍ରାସ ପାଇଁ ହୋଇପାରେ । ଯଦି ଦନ୍ତ ଚିକିତ୍ସକ ଏହି ସମସ୍ୟାର ସମାଧାନ କରି ପାରୁ ନାହାନ୍ତି ତେବେ ଥରେ ସିବିସି ଟେଷ୍ଟ କରି ରୋଗ ସମ୍ପର୍କରେ ଅବଗତ କରିନେବା ଆବଶ୍ୟକ ।
ଡିମେନସିଆ : ନିକଟରେ କରାଯାଇଥିବା ସର୍ଭେ ଅନୁସାରେ ଦାନ୍ତ ମୂଳ ସଂକ୍ରମଣ ଯୋଗୁଁ ଦାନ୍ତରୁ ରକ୍ତ ପଡିବା ଡିମନେସିଆର ସଙ୍କେତ । ଡିମେନସିଆ ଏକ ଏଭଳି ରୋଗ ଯାହା ମଣିଷର ସ୍ମୃତିଶକ୍ତି ଏବଂ ଚିନ୍ତା କରିବାର ଶକ୍ତି ଉପରେ ପ୍ରଭାବ ପକାଇଥାଏ ।
ଇନ୍ଫ୍ଲାମେଟୋରୀ ବାୱେଲ ଡିଜିଜ୍: ଇନ୍ଫ୍ଲାମେଟୋରୀ ବାୱେଲଡିଜିଜ୍ ଏକ ଗମ୍ଭୀର ଆନ୍ତଃ ସମସ୍ୟା । ଯାହା ଆପଣଙ୍କ ମୁହଁରୁ ନେଇ ଆନ୍ତଃ ପ୍ରଭାବିତ କରିଥାଏ । ଏହି ରୋଗର ସଙ୍କେତ ଜିଭ ଓ ଓଠ ଉପରେ ସିଧା ପ୍ରଭାବ ପକାଇଥାଏ । ଓଠରୁ ରକ୍ତ ମଧ୍ୟ ବହିଥାଏ । ତେଣୁ ଏହି ସମସ୍ୟାକୁ ଅଣଦେଖା ନକରି ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ ।
ଚାପଗ୍ରସ୍ତ : ଯଦି ଆପଣଙ୍କ ଦାନ୍ତ ଖାଇ ଅଧାରୁ ଭାଙ୍ଗି ଯାଉଛି ତେବେ ଏହା ଅଧିକ ଚାପଗ୍ରସ୍ତର ସଙ୍କେତ ଦିଏ । ଅନ୍ୟପକ୍ଷରେ କିଛି ଲୋକ ମାନସିକ ଚାପ ଯୋଗୁ ଦାନ୍ତ ରଗଡିଥାନ୍ତି । ଯାହାଦ୍ୱାରା ଦାନ୍ତ ଉପରେ ଏହାର ବହୁତ ବଡ ପ୍ରଭାବ ପଡିଥାଏ । ଏଥିସହିତ କାନ୍ଧ, ବେକ ଓ ମୁଣ୍ଡ ଆଦି ବ୍ୟଥା ହେବା ଭଳି ସମସ୍ୟା ସବୁ ଦେଖିବାକୁ ମିଳିଥାଏ ।