ଜଏଣ୍ଟ ପେନ୍ ଥିଲେ ଜାଣନ୍ତ
ବୟସ ବଢ଼ିଲେ ହାଡ଼ ଦୁର୍ବଳ ହୋଇଥାଏ । ତେଣୁ କେତେଜଣଙ୍କର ଆଣ୍ଠୁଗଣ୍ଠି ଦରଜ ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟାର ଅନ୍ୟ କାରଣ ବି ରହିଛି । ତେବେ ଦରଜ ଅଧିକ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ଅନେକ ସମୟରେ ଘରୋଇ ଭାବେ ମଧ୍ୟ ଏହି ସମସ୍ୟାର ଉପଚାର କରାଯାଇଥାଏ ।
ଆଣ୍ଠୁଗଣ୍ଠି ଦରଜ ବା ଜଏଣ୍ଟ ପେନ୍ ସମସ୍ୟା ନ ହେବା ପାଇଁ ଆରମ୍ଭରୁ ସବୁବେଳେ ପୌଷ୍ଟିକ ଆହାର ଖାଆନ୍ତୁ ଓ ନିୟମିତ ବ୍ୟାୟାମ କରନ୍ତୁ । ଏପରି କଲେ ବୟସ ବଢ଼ିବା ବେଳକୁ ପ୍ରାୟତଃ ଆଣ୍ଠୁ ଦରଜ ସମସ୍ୟା ହୋଇ ନ ପାରେ ।
ଜଏଣ୍ଟ ପେନ୍ ହେଲେ ସେହି ସ୍ଥାନରେ ଗରମ ସେକ ଦିଅନ୍ତୁ । ଗରମ ପାଣିରେ କପଡ଼ା ବୁଡାଇ ବାମ୍ଫ ଦେଇପାରିବେ, ନଚେତ୍ ହିଟ୍ ପ୍ୟାଡ୍ ମଧ୍ୟ ଲଗାଇପାରିବେ । ସେହିଭଳି ଦରଜ ହେଉଥିବା ସ୍ଥାନରେ ବରଫ ଖଣ୍ଡର ଥଳି ରଖନ୍ତୁ, ଆରାମ ଲାଗିବ । କିନ୍ତୁ ଆର୍ଥ୍ରାଇଟିସ୍ ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ କେଉଁ ସେକ ଦେବାକୁ ହେବ ଜାଣିବା ଦରକାର ।
ଭୋଜନରେ ଆଣ୍ଟି-ଇମ୍ପ୍ଲିମେଣ୍ଟାରି ଖାଦ୍ୟ ସାମିଲ କରନ୍ତୁ । ହଳଦୀ ଓ ଅଦାରେ ଏଭଳି ଗୁଣ ରହିଛି । ଏହିସବୁ ଖାଦ୍ୟ ଦରଜ କମ୍ କରିଥାଏ । ଗରମ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ । ଏହାଛଡା ନିୟମିତ ବ୍ୟାୟାମ ଓ ଯୋଗ କରନ୍ତୁ । ଅଧିକ ସମୟ ଗୋଟିଏ ସ୍ଥାନରେ କଦାପି ବସନ୍ତୁ ନାହିଁ । ପ୍ରତିଦିନ କିଛି ସମୟ ଚାଲିବା ପରେ ଏହି ସମସ୍ୟାରୁ ଆରାମ ଲାଗିଥାଏ ।