ତାଳଚେରରେ ଅଗ୍ନିବର୍ଷା ଅସହ୍ୟ ଗୁଳୁଗୁଳି, ଜନଜୀବନ ଅସ୍ତବ୍ୟସ୍ତ

ତାଳଚେର: ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ସାଙ୍ଗକୁ ଜଳକଷ୍ଟ, ବିଜୁଳିକାଟ୍, ଲୋଭୋଲଟେଜ୍ ତାଳଚେରବାସୀଙ୍କୁ ହନ୍ତସନ୍ତ କରୁଛି । ବୁଧବାର ତାଳଚେରର ସର୍ବାଧିକ ତାପମାତ୍ରା ୪୩.୦୨ ରହିଥିବା ରେକର୍ଡ଼ କରାଯାଇଛି । ବୁଧବାର ସକାଳ ୮ଘଟିକାରୁ ଅଗ୍ନିବର୍ଷା ସହ ମଧ୍ୟାହ୍ଣରେ ତତଲା ଝାଞ୍ଜିପବନ, ଅସହ୍ୟ ଗୁଳୁଗୁଳି ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବା ସହ ତାଳଚେର ତତଲା କଡ଼େଇରେ ସିଜୁଛନ୍ତି ତାଳଚେରବାସୀ । ତେବେ ସରକାରୀ ସୂତ୍ରରୁ ତାପମାତ୍ରା ବଢ଼ିବ ବୋଲି ଆକଳନ କରାଯାଇଛି । ଏବେ ଖଣିଖାଦନ ଅଂଚଳ ଗୁଡ଼ିକରେ ୪୬ଡ଼ିଗ୍ରୀରୁ ଉଦ୍ଧ୍ୱର୍ ତାପମାତ୍ରା ରହିଥିବା ଜଣାପଡ଼ିଛି । ମାତ୍ରାଧିକ ପ୍ରଦ୍ୟୁଷଣ ସହ ଲୋଭୋଲଟେଜ୍ ଓ ଘନଘନ ପାୱାରକଟ୍ ଜନଜୀବନକୁ ଅଣାୟତ କରି ଦେଇଥିବା ଅଭିଯୋଗ ହୋଇଛି । ଏତେସତ୍ତ୍ୱେ କିପରିଭାବେ ସ୍ଥାନୀୟ ପ୍ରଶାସନ ଓ ବନବିଭାଗ କର୍ମ·ରୀ ଚୁପ ହୋଇ ବସିଛନ୍ତିି ତାକୁ ନେଇ ପରିବେଶବିତ୍ଙ୍କ ମହଲରେ ଉଦବେଗ ପ୍ରକାଶ ପାଇବା ସହ ତାଳଚେରରେ ଏବେ ଅଗ୍ନିବର୍ଷା ହେଉଛି ବୋଲି ଲୋକମାନେ କହିବୁଲୁଛନ୍ତି । ସୂଚନା ଯୋଗ୍ୟ କଳକାରଖାନା, ଖଣିଖାଦାନ ଓ ନୂତନଗୃହ ନିର୍ମାଣ ପାଇଁ ବହୁ ପୁରାତନ ବୃକ୍ଷ ଓ ଜଙ୍ଗଲଗୁଡ଼ିକୁ ପଦା କରୁଥିବାରୁ ଆଜି ତାଳଚେରବାସୀଙ୍କୁ ଏପରି ଦଶା ଭୋଗିବାକୁ ପଡ଼ୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।