ଅଗ୍ନିବିପନ୍ନଙ୍କୁ ସହାୟତା 

ସାଉଥବଲଣ୍ଡା : ତାଳଚେର ବ୍ଲକର କଣ୍ଢାଳ ଗ୍ରାମପଂଚାୟତ ଅନ୍ତର୍ଗତ ବନମାଳୀପୁର ଗ୍ରାମର ଦୁଇ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି । ଗ୍ରାମର ମଙ୍ଗଳ ପୂର୍ତି ଏବଂ ନନ୍ଦୁ ମୁଣ୍ଡାଙ୍କର କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟି ସଂପୂର୍ଣ୍ଣ ଘର ସହିତ ଆସବାବପତ୍ର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଗଣମାଧ୍ୟମ ପ୍ରତିନିଧି ଶିବ ପ୍ରସାଦ ବେହେରାଙ୍କ ପାଖରୁ ଏହି ଖବର ପାଇ ସମାଜସେବୀ ତଥା ବିଜେପି ନେତା ବିଭୁତି ସାହୁ ଓ ପ୍ରାକ୍ତନ କଣ୍ଢାଳ ସରପଂଚ ତଥା ସଂଗ୍ରାମୀ ନେତା ରଙ୍ଗାଧର ନାହାକ ସେଠାରେ ପହଁଚି ଅଗ୍ନିବିପନ୍ନ ଦୁଇ ପରିବାରଙ୍କୁ ଶୁଖିଲା ଖାଦ୍ୟ, ପିନ୍ଧିବା ବସ୍ତ୍ର,ଶୀତ ବସ୍ତ୍ର ଓ ଜରିପାଲର ବନେ୍ଦାବସ୍ତ କରାଇଥିଲେ । ଅଗ୍ନିବିପନ୍ନ ପରିବାର ଦ୍ୱୟଙ୍କୁ ଏହି ଦୁଃଖଦ ସମୟରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ସାହୁ ନିବେଦନ କରିଛନ୍ତି ।