ଟ୍ରେନି ଡାକ୍ତର ବଳତ୍କାର ଏବଂ ହତ୍ୟା ଘଟଣା: ହାଇକୋର୍ଟଙ୍କ ନିଷ୍ପତ୍ତି
କୋଲକାତା : ପଶ୍ଚିମବଙ୍ଗର ରାଜଧାନୀରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ କୋଲକାତା ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ସିବିଆଇକୁ ତଦନ୍ତ ଭାର ଦେବାକୁ କହିଛନ୍ତି । ମୁଖ୍ୟ ବିଚାରପତି ଟିଏସ୍ ଶିବାଗନମ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ମୃତା ଡାକ୍ତରଙ୍କ ମାଆ-ବାପା ଦାଏର କରିଥିବା ଯାଚିକାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏଥିସହିତ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବା ନେଇ ଏକାଧିକ ଯାଚିକା ଦାଏର ହୋଇଥିଲା । ତେବେ ଏହି ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଟିମବଙ୍ଗ ପୋଲିସ୍ ହାତରେ ରହିଛି।